STORYMIRROR

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

ଆଗୋ ମେଘମାଳା ..... ---------------------

ଆଗୋ ମେଘମାଳା ..... ---------------------

1 min
13

ଆଗୋ ମେଘମାଳା .....
--------------------------------
ଝରା ବଉଳର
 ସପନ ଅସରା ଅସରା
ଝୁରା ହୃଦୟର କବିତା,

ଝର ଝରଣାର
 କାଚକେନ୍ଦୁ ଜଳେ
ତୁମେ ମୋ ବନପରୀ ଜ୍ୟୌସ୍ନା ସ୍ନାତା l

ଧୀର ସମୀରର
ସଂଗୀତ ସୀତ୍କାରେ
ନବ ମେଘମାଳା ଲୀଳାୟିତା,

ପ୍ରଥମ ଆଷାଢ଼
ଚୁମ୍ୱନ ଆଶ୍ଲେଷେ
ମୋ ମୌସୁମୀ ପ୍ରିୟା ମନ୍ଦାକ୍ରାନ୍ତା l
 
ସଖୀ - ତୁମେ
ମେଘମାଳା ମୋର
ମୋ ହୃଦ ଆକାଶ କଜ୍ଜଳ ଆଭା,

ସଖୀ - ତୁମେ
ମୋ ମୋସୁମୀ ପ୍ରିୟା
ମୋ ଆଷାଢ଼ ନଭର କିଶୋରୀ ବିଭା l

ଝରି ଯାଅ ଆଗୋ
ଭିଜାଇ ଦିଅ ମୋ
ଚାତକ ତୃଷ୍ଣା - ଭିଜା ହୃଦବେଳା,

ଭିଜାଇ ଦିଅ
ମୋ ମନ ତଟଦେଶ
ଆଗୋ ମୋ ମେଘମାଳା l

****************************

ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Romance