STORYMIRROR

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

କହିଥିଲି ପରା ........

କହିଥିଲି ପରା ........

1 min
13

କହିଥିଲି ପରା ........

------------------------------------------

କହିଥିଲି ପରା
ତମ ଅପାଙ୍ଗ ଚାହାଁଣି ଗହୀରିଆ ଗାର
ମୋ ହୃଦୟରେ କାଟିଥାଏ

ଯଦି ଢାଳିବନି
ତମ ଅମୃତ ବାରି ଚାହଁନା ଗୋ ସଖି
 ଅରବିନ୍ଦ ତମ ନୟନେ

ମନେ ଅଛି
ସେଦିନ ସନ୍ଧ୍ୟାରେ ଯେବେ ଥିଲେ
ଫୁଲ ବଗିଚାରେ ଆମେ ଦୁହେଁ

ଏଇ ଦୁଇ ଆଖି
କହିଥିଲା ମତେ ତମେ ଆସିବ
ଏକାନ୍ତେ ମୋର ଅଙ୍ଗନେ

କହିଥିଲ ସେଇ
ବିଜନ ବେଳାରେ ଖୋଲିଦେବତମ ଲଜ୍ଜା ବନ୍ଧନ
ଲୋଟିଯିବ ମୋ ବକ୍ଷେ

ଆସିଲନି ସଖି
ସେଦିନୁ ରହିଛି ଜଳି ମୁଁ ବିରହ ଜ୍ୱାଳାରେ
ମୋ ଏ ବିଜନ କକ୍ଷେ ...........

 *******************************

 ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
 ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Romance