ମଧୁ ବେଦନା .......
ମଧୁ ବେଦନା .......
ମଧୁ ବେଦନା .......
---------------------------------------------
ସବୁଜ ପତ୍ରର
ମଧୁର ବାସ୍ନାରେ
ବିଭୋରିତା ତମେ,
ଧରନା, ଧରନା
ହାତରେ ଫୁଲ
ଯଦି ଧରୁଛ,
ରହିକିପାରିବ
ଫୁଲବନେ ଏକା ସେ
ମହୁଆ ନିଶାରେ
ହେଲେ ଭୋଳ ?
ବାଙ୍କ ଚାହାଁଣୀରେ
ବୁଲାଅନି ଡୋଳା
ନ ଖେଳାଅ ଓଠେ
ଅଭିସାରିକାର
ସେ ମନ୍ଦ
ମଦଭରା ହସ
ଯଦି କରୁଛ,
ରହିକିପାରିବ ପତ୍ରକୁଞ୍ଜେ
ଏକା ସେ ଓଠେ ନମିଶିଲେ
ମୋ ଓଠର ମଧୁ ରସ ?
ଦେଖ, ତମ ଜୁଡ଼ାର
ସେ ମଲ୍ଲୀମାଳ
କେମିତି
ଲୋଟି ରହିଛି
ତମ ବକ୍ଷେ
କି ଅବ୍ୟକ୍ତ ବେଦନାରେ
ତେଜି ଫୁଲବନ,
ତେଜି ପତ୍ରକୁଞ୍ଜ ଆସ,
ଆସ ପ୍ରିୟା ହଜିଯିବା ଆମେ
ପ୍ରେମର ମଧୁ ବେଦନାର ସାଗରେ ......
**************************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

