ବର୍ଣ୍ଣିଳ ମଉସୁମୀ... ------------------------------
ବର୍ଣ୍ଣିଳ ମଉସୁମୀ... ------------------------------
ବର୍ଣ୍ଣିଳ ମଉସୁମୀ...........
---------------------------------------
ପୁଷ୍ପଶର ବିଦ୍ଧ
ହୃଦୟକୁ ମୋର
ଲେପି ଦେଉଥିବ
ବାସ ଚନ୍ଦନ,
ଚୋରା ଚଇତିରେ
ଭରା ପୀରତିରେ
ବିତୁଥିବ ଏଇ
ସ୍ଵପ୍ନଭରା ଜୀବନ |
ମଧୁର ଲଗ୍ନର
ସମ୍ମୋହନ ହେଜି
କୁହ କେବେ ତୁମେ
ଲାଜ ତେଜିବ !
ରତି ଦହନରେ
ରାତି ସରିଯିବ
ଆକାଶରୁ ଅବିରତ
ମଧୁ ଝରିବ !
ଅପେକ୍ଷା ରହିବ
ଶେଷ ପ୍ରହରକୁ
ଯେବେ ଧୀର
ପଦପାତେ ଆସିବ,
ସ୍ଵର୍ଗସୁଖେ ମୁଁ ଯେ
ଆନନ୍ଦେ ଅଧୀର
ପ୍ରେମସୁଧାସିକ୍ତ ରାତି
ତମ ସାଥେ ବିତିବ |
ଚଉଠେ ଜହ୍ନକୁ
ପରାଜିତ କରି
ମନ୍ଦ ମନ୍ଦ ହସି
କଥା କହିବ,
ମଳୟ ସ୍ପର୍ଶରେ
ମହକିତ ମନେ
ପ୍ରାଣ ପସରାକୁ
କେତେ ଦହିବ?
ତମ ତନୁ ବାସ
ମୁକ୍ତା ନିନ୍ଦି ହସ
ମନ ଆକାଶରେ
ସ୍ଵପ୍ନ ବୁଣିବ
ବର୍ଣ୍ଣିଳ ମଉସୁମୀ
ମଧୁ-ଗୁଞ୍ଜନେ
ଜୀବନର ଅବସାଦ
ସବୁ ମେଣ୍ଟିବ!! ......
**********************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

