ମଧୁଛନ୍ଦ ............ -----------------------------
ମଧୁଛନ୍ଦ ............ -----------------------------
ମଧୁଛନ୍ଦ ............
---------------------------------------------
ଝୋଟିପକା ହାତେ
ଧଳା ଗୋଲାପ
ଗୋଲାପରେ ଦୁଇ ଶିଖା,
ଜାଣିଛି ମୁଁ ଆଗୋ
ପଦ୍ମଗନ୍ଧା
ଏ ଶିଖା
ତୋ ପ୍ରେମଲେଖା l
ପଢିଛି ମୁଁ ତୋ
ହୃଦ ପୃଷ୍ଠା
ଓଠ ରଙ୍ଗେ
ଓଦା ଅକ୍ଷର,
ବୁଝିଛି ଯେଉଁ
ସପନରେ
ମତୁଆଲା
ଆଖି ତୋର l
ଦୀପାବଳିର ଆଲୋକ ଉତ୍ସବେ
ତୋ ହାତରେ
ଗୋଲାପ ଦୀପ,
ସେ ଦୀପ
ଆଲୋକରେ ଆଗୋ
ଆଲୋକିତ ମିଠା ପାପ l
ପ୍ରେମ ଯଦି ପାପ
ସୁବାସ ତାର
ନନ୍ଦନବନ ଗନ୍ଧ,
ସେ ଗନ୍ଧେ ମୋହିତ
ଆମେ ଦୁହେଁ
ହୃଦୟେ ଗୁଞ୍ଜରିତ ମଧୁ ଛନ୍ଦ l .........
**************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

