STORYMIRROR

Prasanta Kumar Behera

Romance Classics Fantasy

4  

Prasanta Kumar Behera

Romance Classics Fantasy

ସ୍ବର୍ଗଚ୍ୟୁତା ......... ---------------------------

ସ୍ବର୍ଗଚ୍ୟୁତା ......... ---------------------------

1 min
3

ସ୍ବର୍ଗଚ୍ୟୁତା .........

-----------------------------------------------------

ଅସ୍ତରାଗବୋଳା
ଖଣ୍ଡ ବଉଦ ଫାଙ୍କରେ
ଏ କାହାର ଚମ୍ପା ମୁହଁ

କାହାର ଏ ଆଖି,
କାହାର ଭ୍ରୂଲତା
ଇଏକି ମୋ ପ୍ରାଣପ୍ରିୟା

ମୋ କୋଟିଏ ଜନ୍ମର କୋହ ?
ଖାସ୍ ସେଇଥିପାଇଁ
ନାମହୀନ ଏ ଫୁଲ ଭରା ଡାଳେ

ଖସି ହସୁଛି କି ଫାଳେ ଜହ୍ନ
କି ସୁନା ସରୋବରେ
ଝଲସେ ମୀନାକ୍ଷି

କୃଷ୍ଣ କବରୀ
ଯା' ର ମୋ ପାଇଁ
ମଧୁ ଆମନ୍ତ୍ରଣ ?

ଜାଣିଲି, ଜାଣିଲି ଆଗୋ ଉର୍ବଶୀ
ପୁରୁରବା ମୁଁ ମୋ ପାଇଁ
କଣ ଆଜି ସ୍ବର୍ଗଚ୍ୟୁତା ଅପ୍ସରା

ତୁ ଓହ୍ଲାଇ ଆସିଛୁ
ଏ ମର ଧରାକୁ
ଏ ଧରା ହେବ ଜ୍ୟୋସ୍ନାସ୍ନାତା ....

 **********************************

ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Romance