ଗୀତ ଗୋବିନ୍ଦ ............ -------------------------
ଗୀତ ଗୋବିନ୍ଦ ............ -------------------------
ଗୀତ ଗୋବିନ୍ଦ ............
-
-------------------------------------------------
କାହିଁ ରାଧା
କାହିଁ ତା ପ୍ରେମସୁଧା,
କାହିଁ ଝରୁଅଛି ରତି ପିୟୁଷ,
କାହିଁ ନବଘନ
ମୋହନ ସୁନ୍ଦର,
କାହିଁ କୁଞ୍ଜବନ ରାସରସ ?
କିଏ ବା ଖୋଜୁଛି
ସେ ପ୍ରୀତି ପ୍ରେମ ମଧୁ,
କିଏ ବା ଚାହୁଁଛି ଗୋପ ମାଧୁରୀ,
ଶୁଣ ସଖି ଶୁଣ
ସେ ମଧୁ ଝରାଉଛି
ତମ ଜବାରଙ୍ଗୀ ଓଠ ବଲ୍ଲରୀ l
ତମେ ମୋର ରାଧା,
ମୋ ସହସ୍ର ଗୋପୀକା
ତମେ ଗୋପଦାଣ୍ଡ ରତି ଉଲ୍ଲାସ,
ତମ ତନୁ
ମୋର ତୀର୍ଥ ପୁଲିନ,
ମୋ ବିଧୁର ଜୀବନ ବିଳାସ l
ଚାହିଁ ଦେଖ
ଆଗୋ
ବାସନ୍ତୀ ହିଲ୍ଲୋଳେ,
ଆଜି ଏ ଲଗନେ ଲହରେ ଗୀତଗୋବିନ୍ଦ,
ମୁଁ ଖୋଜୁଛି
କେଉଁଠି ଅଛି ସେ ବୃନ୍ଦାବନ
ଯହିଁ ରଚିବା ଆମେ ଆମ ରାସ ବିନୋଦ ll
*****************************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

