STORYMIRROR

Gopinath Jena

Romance

4  

Gopinath Jena

Romance

କି ଉପମା ଦେବି ତୋ ରୂପର

କି ଉପମା ଦେବି ତୋ ରୂପର

1 min
425

ଆଖି ଦୁଇ ତୋର ନୀଳ ସାଗର 

ଓଠ ସତେ ଅବା ରକ୍ତ ମନ୍ଦାର

ରୂପା ଜହ୍ନ ପରି ମୁହଁ ଦିଶେ ତୋଫା 

କି ଉପମା ଦେବି ତୋ ରୂପର ।


ବିନା ଫଗୁଣରେ ତୁ ଲୋ ମହକୁଛୁ ମଧୁମତୀ

ତୋ ଚାରିପାଖେ ଖାଲି ଉଡୁଛନ୍ତି ପ୍ରଜାପତି

ସର ଲହୁଣୀ ରେ କିବା ଗାଧୋଉଛୁ ତୁ ନିତି 

ଦାଗ ମିଳିବନି ଦେହେ ଖୋଜିଲେ ବି ଦିନ ରାତି

ହରିଣୀ ଆଖିରେ ମୋ ଛାତିକି ତୁ ଲୋ

      ମାରୁଛୁ ଫୁଲ ଶର

କି ଉପମା ଦେବି ତୋ ରୂପର ।


ବୟସ ହେବନି ତୋର ଷୋହଳ ରୁ ବେଶି

ତୋ ରୂପକୁ ଦେଖି ଜହ୍ନ ଯାଏ ରୁଷି 

ଗୁଣୁ ଗୁଣୁ ହୁଏ ଗୋରୀ ତୋ ପାଦ ପାଉଁଜି 

ତୋ କଜ୍ଜ୍ବଳ ଆଖିରେ ଲୋ ଯାଏ ମୁଁ ହଜି

ବାଟ ଭାଙ୍ଗିଯାଉ ଦେଖି ଦେଇ ମୋତେ

    ମନରୁ ଛାଡୁନୁ ଡର

କି ଉପମା ଦେବି ତୋ ରୂପର ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance