କି ଉପମା ଦେବି ତୋ ରୂପର
କି ଉପମା ଦେବି ତୋ ରୂପର
ଆଖି ଦୁଇ ତୋର ନୀଳ ସାଗର
ଓଠ ସତେ ଅବା ରକ୍ତ ମନ୍ଦାର
ରୂପା ଜହ୍ନ ପରି ମୁହଁ ଦିଶେ ତୋଫା
କି ଉପମା ଦେବି ତୋ ରୂପର ।
ବିନା ଫଗୁଣରେ ତୁ ଲୋ ମହକୁଛୁ ମଧୁମତୀ
ତୋ ଚାରିପାଖେ ଖାଲି ଉଡୁଛନ୍ତି ପ୍ରଜାପତି
ସର ଲହୁଣୀ ରେ କିବା ଗାଧୋଉଛୁ ତୁ ନିତି
ଦାଗ ମିଳିବନି ଦେହେ ଖୋଜିଲେ ବି ଦିନ ରାତି
ହରିଣୀ ଆଖିରେ ମୋ ଛାତିକି ତୁ ଲୋ
ମାରୁଛୁ ଫୁଲ ଶର
କି ଉପମା ଦେବି ତୋ ରୂପର ।
ବୟସ ହେବନି ତୋର ଷୋହଳ ରୁ ବେଶି
ତୋ ରୂପକୁ ଦେଖି ଜହ୍ନ ଯାଏ ରୁଷି
ଗୁଣୁ ଗୁଣୁ ହୁଏ ଗୋରୀ ତୋ ପାଦ ପାଉଁଜି
ତୋ କଜ୍ଜ୍ବଳ ଆଖିରେ ଲୋ ଯାଏ ମୁଁ ହଜି
ବାଟ ଭାଙ୍ଗିଯାଉ ଦେଖି ଦେଇ ମୋତେ
ମନରୁ ଛାଡୁନୁ ଡର
କି ଉପମା ଦେବି ତୋ ରୂପର ।