STORYMIRROR

Rabindra kumar Sahoo

Romance Others

4  

Rabindra kumar Sahoo

Romance Others

ସତରେ ପ୍ରେମ ଏକ

ସତରେ ପ୍ରେମ ଏକ

1 min
296

    ସତରେ ପ୍ରେମିକା କି

     ବୁଝି ପାରେନା

   ପ୍ରେମିକ ହୃଦୟର ବେଦନା

    ତେବେ କରେ କିମ୍ପା

     ଏତେ ମିଛ ଅଭିନୟ

    କରେ କିମ୍ପା ଏତେ ଛଳନା ?


    ଦୂରେ ଥାଉ ଅବା ଥାଉ ସେ ପାଶେ

     ପ୍ରେମିକର ପ୍ରେମକୁ 

      ଅଣଦେଖା କରି ହସେ

    ଭାଙ୍ଗେ କିଆଁ ପ୍ରେମିକର ହୃଦୟ

      ସତରେ ସେ କ'ଣ

    ବୁଝେନା ପ୍ରେମ ପ୍ରେମିକ ର ହୃଦୟ ?


     ପ୍ରେମ ପାଇଁ ଯଦି ପ୍ରେମିକ

         ହୁଏ ସର୍ବସ୍ବାନ୍ତ 

     ପ୍ରେମିକା ହୃଦୟେ କି ପାଇଁ

      ପ୍ରେମ ବହ୍ନି ନ ହୁଏ ପ୍ରଜ୍ବଳିତ

     ସତରେ କେଡେ ନିରିଦୟ 

     ସେହି ପ୍ରେମିକା ହୃଦୟ ।


    ପ୍ରେମିକ ଯଦି ତ୍ୟାଗପୂତ ମନୋଭାବେ

      କରୁଥାଏ ତା ପ୍ରେମିକା କୁ ପ୍ରେମ

     କି ଲାଗି ପ୍ରିୟତମା ପ୍ରେମିକା ଟି

      ପ୍ରେମିକ ମନେ ସୃଷ୍ଟି କରେ ଭ୍ରମ 

    ମନ ଓ ହୃଦୟ ଦେଇ ଭଲ ଯେ ପାଇଲା

    ଦୁନିଆଁରେ ସେ କି ଅବା ପାପ କରିଦେଲା ?


    ଭଲ ପାଇ ଯିଏ ପ୍ରେମ ଭୁଲିଗଲା

    ଏ ଦୁନିଆଁ ଦାଣ୍ଡରେ ବାଃ ବାଃ ନେଲା

     ସତ୍ୟ ରକ୍ଷାକରି ଯେ 

    ପ୍ରେମିକାର ପ୍ରେମେ 

    ପାଗଳ ହୋଇଲା ଅବା

      ପ୍ରାଣବଳି ଦେଲା

   ଦୁନିଆଁ ରେ ସେ ନିନ୍ଦା ର ପାତ୍ର ହେଲା ।


    ବାଃ ରେ ଦୁନିଆଁ ବାଃ

     ଧନ୍ୟ ତୁମ ନ୍ୟାୟ ଧର୍ମ

     ଧନ୍ୟ ତୁମ ବିଚାର

     କେଦାର ଗୌରୀ ପ୍ରେମକୁ

      ତୁମେ କହିବ ଅମର

    ଲୈଲା ମଜନୁ ଙ୍କ ପ୍ରେମକୁ

      ରଖିବ ଅମର

   ଗରିବ ପ୍ରେମିକର

    କ'ଣ ପ୍ରେମ କରିବାର 

     ନାହିଁ ଅଧିକାର

    ସତରେ ସବୁଠି ସବୁ କ୍ଷେତ୍ରେ

    ଆମ ଏ ସମାଜେ ଏତେ

     କିଆଁ ପାତର ଅନ୍ତର ?


   ଧନ ଦଉଲତେ କିଆଁ ପ୍ରେମ

      ହୁଏ ମୁଲଚାଲ

   ଜାତି ଧର୍ମ ନାମେ କିଆଁ

    ପ୍ରେମକୁ ମାପନ୍ତି ସମାଜେ

      ବଡ ପଣ୍ଡା ଦଳ 

   ପ୍ରେମ ଯଦି ଶାଶ୍ଵତ 

     ଚିରନ୍ତନ ସତ୍ୟ

    ଜୋର ଜବରଦସ୍ତ

   ପ୍ରଥା ପରମ୍ପରା କୁ 

   ଯୋଡି ତା ସହିତ

   ଧନୀ ଦରିଦ୍ର ଉଚ୍ଚ ନୀଚ୍ଚ ଭେଦଭାବ

   ବଦଳାନ୍ତି କିମ୍ପା ପ୍ରେମର ଗତିପଥ ?


    ସତରେ କ'ଣ ପ୍ରେମ ପାପ

    ଅଧିକାଂଶ ପ୍ରେମିକ ପ୍ରେମିକା

     ପଢି କି ପାରନ୍ତିନି

    ଉଭୟେ ଉଭୟଙ୍କ ହୃଦୟ

    ପ୍ରେମ ର ଆକର୍ଷଣ ବିକର୍ଷଣ ହୁଏ

     ସତରେ ଏହା କ'ଣ

     ସେମାନଙ୍କ ପାଇଁ ଅଭିଶାପ 

    ନା ପ୍ରେମିକା ର ହୃଦୟ

    ଶୁଣି କି ପାରେନା

    ପ୍ରେମିକ ହୃଦୟର କରୁଣ ଚିତ୍କାର

    ସତରେ ପ୍ରେମ ନୁହେଁ କି

   ଏକ ଅବର୍ଣ୍ଣନୀୟ ଅବିଶ୍ଵନୀୟ ବ୍ୟାପାର

    କେତେ ଯେ ପ୍ରେମିକ ପ୍ରେମିକା

     ପ୍ରେମ ପାଇଁ ନିତି ନିତି

      ହୁଅନ୍ତି ଅକାଳେ ଶିକାର

    ସତରେ ପ୍ରେମ ଏକ ଅନୁଭୁତି

    ପ୍ରେମ ଏକ ଭାବନା ର ମହାସାଗର

   କେବେ ଆସେ ଏଥିରେ ଭଟ୍ଟା ପୁଣି

    କେବେ ଆସେ ଭୟଙ୍କର ଜୁଆର ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance