STORYMIRROR

sabitri mahapatra

Romance

4  

sabitri mahapatra

Romance

ତୁମେ ମୋର

ତୁମେ ମୋର

1 min
400

ତୁମେ ଶୁଭ୍ରନିର୍ଝରିଣୀ ଜଳ 

ତୁମେ ହୃଦୟେ ପ୍ରୀତିମଲ୍ହାର, 

ତୁମେରକ୍ତକଣିକାର 

  ପ୍ରତ୍ୟେକ ସ୍ପନ୍ଦନେ 

ମୁଗ୍ଧବୀଣାର ତାଳ ।1


ତୁମେ ସ୍ନିଗ୍ଧ ଶୁଭ୍ରସକାଳ, 

ତୁମେ ଦେହାତିତ

ପ୍ରେମ ମୋର

ଉଜ୍ୱଳତମ ନକ୍ଷେତ୍ର ତୁମେ 

 ନୀଳାଭ୍ର ଗଗନେ ଦୂର..।2।

ତୁମେ ସୁଖର ପୁନେଇଁଜହ୍ନ, 

ତୁମେ ଦୁଃଖର ହୃଦସ୍ପନ୍ଦନ 

ମନ୍ତ୍ରମୁଗ୍ଧ ମୋର ବେସୁରା 

      ଜୀବନେ 

ପ୍ରବାହମଧୁର ସ୍ଵନ ।3।

ତୁମେ ଉତ୍ତାଳ ତରଙ୍ଗ ମାଳା, 

ତୁମେ ଶାନ୍ତଶୀତଳ ଧରା, 

ତୁମେ ସବୁଜ ପ୍ରାନ୍ତର 

 ତଟିନୀ କୂଳରେ, ହାସ୍ୟ 

     କଲ୍ଲୋଳ ଧାରା ।4।

ତୁମେନବ ପଲ୍ଲଵିତ କଳି, 

ତୁମେ ପିୟୁଷ ଭରାଅଞ୍ଜଳି, 

ତୁମେ ଶିଶିର ସକାଳ, 

 ପାହାନ୍ତି ପହରେ, 

ବିମୁଗ୍ଧା ଗଙ୍ଗଶିଉଳି ।5।

ତୁମେ ସ୍ବପ୍ନ ବିଭୋରିତ ରାତ୍ରୀ 

ତୁମେ ପ୍ରେମିକା ମୋ ପ୍ରୀତି ସାଧ୍ବୀ 

ତୁମ ମିଠା ସ୍ମୃତି ଜୀବନେ 

    ମୋହର, 

ପୂର୍ଣ୍ଣଚାନ୍ଦ ଗୀତି କଵି ।6।

ତୁମେ ନିଶବ୍ଦ ଅଭିସାରିକା 

ତୁମେ ବାସ୍ନିତ ପୁଷ୍ପ ବାଟିକା, 

ତୁମବିନାସଖୀ,

ମୋ ଜୀବନ ବୃଥା, 

ତୁମେ ମାନସୀ ମୋ ସ୍ମୃତିସ୍ନିଗ୍ଧା ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sabitri mahapatra

Similar oriya poem from Romance