କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
କହ ଇ ମନ ଆରେ ମୋ ବୋଲ କର
ଦୋଳ ବିମାନରେ ବିଜେ ରାଧାକୃଷ୍ଣ
ଦେଖିଯିବା ବେଗି ଚାଲ ।
ଗହଳ ଚହଳ ମେଳଣ ପଡିଆ
ଚାଲିଅଛି ହୋରି ଖେଳ
ନାମ ସଙ୍କୀର୍ତ୍ତନ ଘଣ୍ଟଘଣ୍ଟା ନାଦ
ଶୁଭେ ହରି ହରି ବୋଲ
ରଙ୍ଗର ଅବିର ବୋଳିହେବା ମୁହେଁ
ପ୍ରେମାନନ୍ଦେ ହେବା ଭୋଳ ।
ରାଧା ଗୋପୀନାଥ ବୃନ୍ଦାବନ ଚନ୍ଦ୍ର
କୃଷ୍ଣ ମଦନମୋହନ
ଗୋବିନ୍ଦ ମାଧବ ଗୋପାଳ କେଶବ
ରସରାସେ ହୋଇ ମଗ୍ନ
ଖେଳୁଛନ୍ତି ମାରି ରଙ୍ଗ ପିଚକାରୀ
ହେବା ଆମେ ମସଗୁଲ ।
ଫଗୁବୋଳା ତିଥି ଫଗୁଣ ପୂର୍ଣ୍ଣମୀ
ଆନନ୍ଦ ଉଲ୍ଲାସ ଦିନ
ଉଠିବ ରେ ମନ ଉତ୍ତାଳ ତରଙ୍ଗ
ଭାବରେ ହେଲେ ତଲ୍ଲୀନ
ଦେଖି ପ୍ରେମମୂର୍ତ୍ତି ହେବା ପୂର୍ଣ୍ଣକାମ
ଜୟ ରାଧାକୃଷ୍ଣ ବୋଲ ।

