ହୋଲିର ଆରମ୍ଭ
ହୋଲିର ଆରମ୍ଭ
ପୁରାଣେ ବର୍ଣ୍ଣିତ ହିରଣ୍ୟ କଶ୍ୟପୁ
ପ୍ରହଲ୍ଲାଦର ବିନାଶ
କରିବା ପାଇଁକି ଭଉଣୀ ହୋଲିକା
ସାଥେ କଲା ପରାମର୍ଶ
ହୋଲିକା ବର ପାଇଥିଲା ସେ କେବେ
ପୋଡିବ ନାହିଁ ଅଗ୍ନିରେ
ସେଥିପାଇଁ ସିଏ ପ୍ରହ୍ଲାଦକୁ ନେଇ
ବସିଲା ଅଗ୍ନି ମଧ୍ୟରେ
ପ୍ରଭୁଙ୍କ ଦୟାରୁ ପ୍ରହ୍ଲାଦ ବଞ୍ଚିଲା
ହୋଲିକା ହେଲା ଦହନ
ସେହିଦିନୁ ହୋଲି ଶତ୍ରୁତା ବିନାଶ
ପାଇଁ ହେଉଛି ପାଳନ
ପ୍ରଭୁ ରାଧାକୃଷ୍ଣ ଦୋଳ ବିମାନରେ
ଖେଳିଥାନ୍ତି ରଙ୍ଗ ହୋଲି
ଲୋକମାନେ ଇର୍ଷା ହିଂସା ଭେଦ ଭାବ
ହୋଲି ଖେଳି ଯାନ୍ତି ଭୁଲି
ମାତା ବସୁମତୀ ବସନ୍ତ ଋତୁରେ
ଶୋଭାମୟୀ ହୋଇଥାଏ
ଅନେକ ପ୍ରକାର ଫୁଲର ରଙ୍ଗରେ
ରଙ୍ଗ ଖେଳି ଯାଇଥାଏ
ପ୍ରେମ ପ୍ରୀତି ସ୍ନେହ ମମତା ରଙ୍ଗରେ
ରଙ୍ଗାୟିତ ହୋଇ ଗଲେ
ରାମରାଜ୍ୟ ଟିଏ ହୁଅନ୍ତା ଗଠନ
ରାଗ ହିଂସା ଛାଡିଦେଲେ
ରଙ୍ଗର ପରବ ଅଟଇ ଏ ହୋଲି
ଅବିର ଖେଳିଲେ ଭାଇ
ଚର୍ମ ରୋଗ ଦୂର ହୋଇ ଯାଇଥାଏ
କିମ୍ବଦନ୍ତୀ ଅଛି ରହି
ବିଶ୍ୱାସ ରହିଛି ବରଷକେ ଥରେ
ପ୍ରଭୁ ଶ୍ରୀରାଧାଗୋବିନ୍ଦ
ଭକ୍ତଙ୍କଉଦ୍ଧାର ପାଇଁ ମର୍ତ୍ତ୍ୟପୁରେ
କରନ୍ତି ଏ ହୋଲି ପର୍ବ

