STORYMIRROR

Pratima Satpathy

Romance

3  

Pratima Satpathy

Romance

ହୋଲିର ଆରମ୍ଭ

ହୋଲିର ଆରମ୍ଭ

1 min
132

ପୁରାଣେ ବର୍ଣ୍ଣିତ ହିରଣ୍ୟ କଶ୍ୟପୁ

  ପ୍ରହଲ୍ଲାଦର ବିନାଶ

କରିବା ପାଇଁକି ଭଉଣୀ ହୋଲିକା

  ସାଥେ କଲା ପରାମର୍ଶ 


ହୋଲିକା ବର ପାଇଥିଲା ସେ କେବେ

  ପୋଡିବ ନାହିଁ ଅଗ୍ନିରେ

ସେଥିପାଇଁ ସିଏ ପ୍ରହ୍ଲାଦକୁ ନେଇ

  ବସିଲା ଅଗ୍ନି ମଧ୍ୟରେ 


ପ୍ରଭୁଙ୍କ ଦୟାରୁ ପ୍ରହ୍ଲାଦ ବଞ୍ଚିଲା

  ହୋଲିକା ହେଲା ଦହନ

ସେହିଦିନୁ ହୋଲି ଶତ୍ରୁତା ବିନାଶ

  ପାଇଁ ହେଉଛି ପାଳନ 


ପ୍ରଭୁ ରାଧାକୃଷ୍ଣ ଦୋଳ ବିମାନରେ

  ଖେଳିଥାନ୍ତି ରଙ୍ଗ ହୋଲି

ଲୋକମାନେ ଇର୍ଷା ହିଂସା ଭେଦ ଭାବ

  ହୋଲି ଖେଳି ଯାନ୍ତି ଭୁଲି 


ମାତା ବସୁମତୀ ବସନ୍ତ ଋତୁରେ

  ଶୋଭାମୟୀ ହୋଇଥାଏ

ଅନେକ ପ୍ରକାର ଫୁଲର ରଙ୍ଗରେ

  ରଙ୍ଗ ଖେଳି ଯାଇଥାଏ 


ପ୍ରେମ ପ୍ରୀତି ସ୍ନେହ ମମତା ରଙ୍ଗରେ

  ରଙ୍ଗାୟିତ ହୋଇ ଗଲେ

ରାମରାଜ୍ୟ ଟିଏ ହୁଅନ୍ତା ଗଠନ

  ରାଗ ହିଂସା ଛାଡିଦେଲେ 


ରଙ୍ଗର ପରବ ଅଟଇ ଏ ହୋଲି

  ଅବିର ଖେଳିଲେ ଭାଇ

ଚର୍ମ ରୋଗ ଦୂର ହୋଇ ଯାଇଥାଏ

  କିମ୍ବଦନ୍ତୀ ଅଛି ରହି 


ବିଶ୍ୱାସ ରହିଛି ବରଷକେ ଥରେ

  ପ୍ରଭୁ ଶ୍ରୀରାଧାଗୋବିନ୍ଦ

ଭକ୍ତଙ୍କଉଦ୍ଧାର ପାଇଁ ମର୍ତ୍ତ୍ୟପୁରେ

  କରନ୍ତି ଏ ହୋଲି ପର୍ବ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance