ରତି ପ୍ରତିମାଶୃଗାଇଭରା ଅଂଗେ ତୁମର
ରତି ପ୍ରତିମାଶୃଗାଇଭରା ଅଂଗେ ତୁମର
ଶୃଗାଇଭରା ଅଂଗେ ତୁମର କାରୁକାର୍ଯ୍ୟର ଭିଡ
ମଧୁବର୍ଷା ଗୋ ତୁମକୁ ନେଇ ମୁଁ ରଚିବି ସ୍ଵପ୍ନନୀଡ
ଆଖିରେ ତୁମର ତୀକ୍ଷ୍ଣ ଛୁରିକା ହସରେ ଙଦ୍ରନିଶ
ଦ୍ରାକ୍ଷାକୋମଳ ଦେହର ଦେଉଳ ଦୁଗ୍ଧ ଅଳତା ମିଶା ।
ଅଂଧାରେ ତୁମେ ରୂପବର୍ତିକା ସତେ କି ଅଗ୍ନିଶିଖା
ଦୀର୍ଘ କେଶର ଉର୍ମିଳ ଛାୟା ଯେମିତି ସମୁଦ୍ରିକା
ଙଧବରା ସେ ଉଦ୍ୟାନେ ଘୂରେ ଅଂଧ ମୁଁ ମହୁମାଛି
ତୁମ ପାଇଁ ଆଜି ଲୁପ୍ତ ଯେତେକ ଥିଲା ମୋ ପ୍ରଶ୍ନବାଚୀ ।
ଲୁହରେ ତୁମର ଲଗାଣ ବର୍ଷା ହସରେ କାଦଂବିନୀ
କଥାରେ ତୁମର କାବ୍ୟ ଚାତୁରୀ ପ୍ରେମର ସଂଜିବନୀ
ଚପଳ ଛଦା ପାଉଁଜି ବଂଧା ତୁମର ଲକ୍ଷ୍ମୀପାଦ
ଅର୍ଜନା ଆଉ ପ୍ରାର୍ଥନା ତୁମ ଯେମିତି ଶଂଖନାଦ ।

