Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Romance

3  

Sukadev Mahanta

Romance

ଏଥର ହୋଲିରେ

ଏଥର ହୋଲିରେ

1 min
153


ଫଗୁଣ ଆସିଛି  ଅଗଣାକୁ ମୋର

    ମଳୟ ପବନେ ଝୁଲି

ବଉଳ ବାସରେ   ମହକେ ଚୌପାଶ

      ପ୍ରିୟା ହସେ ଖିଲି ଖିଲି ||

ନାରଙ୍ଗୀ ଦିଶଇ  ପଳାଶ ପାଦପ

      ଶିମିଳିଦିଶଇ ନାଲି

କୂରଙ୍ଗ କୂରଙ୍ଗୀ     ଶିମିଳି ଫୁଲକୁ

     ଖାଆନ୍ତି ଆନନ୍ଦେ ମିଳି ||

ଦେବ ମହାଦେବ   ପ୍ରଭୁ ସଦାଶିବ

      କରୁଣାବତାର ପାଶେ

  କୃଷ୍ଣ ଚତୁର୍ଦ୍ଦଶୀ   ଶିବରାତ୍ରୀ ରାତ୍ରେ

     ଜାଗର ଜାଳିଛି ଆଶେ |

ଫଗୁଣ ଆଣିଛି    ସାଥିରେ  ଏଥର

     ସାତ ରଙ୍ଗର ଅବିର

ଫଗୁଣ ପୂନେଇଁ   ଦୋଳ ଯାତରାରେ

     ମେଲଣ ହେବ ଏଥର ||

ବସନ୍ତ ରାସରେ    ରାଧା କୃଷ୍ଣ ପ୍ରେମେ

      କରିବି ନିଜକୁ ଲୀନ

ମୋ ପ୍ରିୟା ଗାଲକୁ   ଫଗୁରେ ରଙ୍ଗାଇ

     ଜିଣିନେବି ତାର ମନ ||

ସବୁ ରାଗ ରୁଷା   ଭୁଲିଯିବୁ ଆମେ

    ହସୁଥିବୁ ଖିଲି ଖିଲି

ପ୍ରେମ ଫଗୁଣରେ  ପ୍ରୀତି ମିଳନରେ

     ସବୁ ଦୁଃଖ ଯିବୁ ଭୁଲି ||

ରଜନୀ ଗନ୍ଧାରେ    ସଜାଇ ଦେବି ମୁଁ

     ମୋ ପ୍ରାଣ ପ୍ରିୟାର ଗଭା

ନିଜ ହାତେ ଗୁନ୍ଥା   ମଲ୍ଲୀ ମାଳ  ଦେବି

     ଗଳାରେ ପାଇବ ଶୋଭା ||

ସୁନାରୀ ଫୁଲର     ସୁନା ଚାମର ମୁଁ

      ତା ମଥା ଉପରେ ରଖି

ପ୍ରିୟା ଦେହେ ବୋଳି   ରଙ୍ଗୀନ ଅବିର

      ନିଜେ ମୁଁ ହୋଇବି ମାଖି ||

କୋଇଲି ଗାଇବ   ପଞ୍ଚମ ତାନରେ

     ଆମ ମିଳନର ଗୀତି

 ହଳଦୀ ବସନ୍ତ  ଡାଳରୁ ଡାଳକୁ

   ଉଡି  ବାଣ୍ଟୁଥିବ ପ୍ରୀତି ||

ପ୍ରିୟାର ମନକୁ   ପ୍ରୀତିର ରଙ୍ଗରେ

   ରଙ୍ଗୀନ କରିବି ମୁହିଁ

ଏ ଥର ହୋଲିରେ   ହଜି ଯିବୁ ଦୁହେଁ

     ନିଜର ରହିବୁ ନାହିଁ ||

 ଦୁହେଁ ଦୁହିଁଙ୍କର     ବାହୁର ବନ୍ଧନେ

      ହଜିଯିବୁ ମଜିଯିବୁ

କୋଇଲିର ସୁରେ    ସୁରକୁ ମିଶାଇ  

     ପ୍ରେମ ଗୀତ ଗାଉଥିବୁ ||

ପ୍ରେମର ଅଥଳ    ସାଗର ମଝିରେ

    ଦିଗ ହରା ନାବ ଧରି

କୂଳ କିନାରା ମୁଁ   ହଜାଇ ବସିବି

     ପ୍ରୀୟାର ପଣତ ଧରି ||

ପଥହରା ଦୁଇ     ପଥିକ ଆମେ ତ

     ଦିଗହରା ଦୁଇ ନାବିକ

ଦୂର ଦିଗ୍ ବଳୟ     ଧାରେ ଦିଶୁଥିବ

    ମିଳନର ଆଶା ଆଲୋକ ||

 ପ୍ରେମ ମନ୍ଦିରରେ      ବାଜି ଉଠୁଥିବ

      ମିଳନର ଘଣ୍ଟ ଘଣ୍ଟି  

ଏଥର ହୋଲିରେ    ପ୍ରୀତିରେ ରଙ୍ଗାଇ

     ଦେବି ସବୁ ସୁଖ ବାଣ୍ଟି ||

ସବୁ ଭେଦା ଭେଦ    ସବୁ ରାଗ ରୁଷା 

    ହିଂସା ଦ୍ବେଷ କରି ଦୂର

ଭଲପାଇବାର    ରଙ୍ଗରେ ରଙ୍ଗାଇ

   ଦେବା ହୋଲିରେ ଏଥର ||


    

       

     

     




      





Rate this content
Log in

Similar oriya poem from Romance