ରଶ୍ମୀ ଏକ ସମୀତର ରେଖାସ୍ଵପ୍ନରଂଗର
ରଶ୍ମୀ ଏକ ସମୀତର ରେଖାସ୍ଵପ୍ନରଂଗର
ରଶ୍ମୀ ଏକ ସମୀତର ରେଖା
ସ୍ଵପ୍ନରଂଗର ଅବସନ୍ନ ଆଳସ୍ୟରେ
ମୁଁ ଖୋଜୁଛି ହକ୍ଗୋନାଲ ଶୈଳୀର କବିତା
ଯେତେସବୁ ସ୍ଵପ୍ନ ଓ ଡେଫୋଡି
ବୈଚିତ୍ରମୟ କରଂତି ବିଶ୍ଵ ବ୍ରହ୍ମାଡକୁ
ମୁଁ ଓ ମୋ ପ୍ରେମିକା ଦୁଇଟି ସମାଂତରେଖା
ମିଳନ ଅସଂଭବ ବୋଲି ଜାଣି ବି ଅଜଣା
ପ୍ରେମର ଆଦ୍ୟ ପ୍ରହରରୁ ଶେଷ ଯାଏଁ
ନିର୍ନିମେଷ ନୟନରେ ଚାହିଁ ରହୁଥାଉ ଏକୁ ଆରେକୁ
ଯେବେ ଯିବାର ସମୟ ହୁଏ- ରଶ୍ମୀ ଚାଲିଯାଏ
ଆଉ ପୁଚଜୀଭୂତ ଅଂତର୍ଦାହକୁ ସାଇତି ରଖି ମୁଁ ବି ଚାଲେ
ଏହି ସମାଂତର ଚଳଣିର ବୈଶିଷ୍ଟ୍ୟ ଏୟା :
ଦୁଇଜଣ ପରସ୍ପରର ଦୃଷ୍ଟିର ପରିସୀମାରେ
ରହିବେ ଚିରକାଳ ଯେ ହେତୁ
ରଶ୍ମୀ ଏକ ସମାଂତର ରେଖା
ଅନତିକ୍ରମଣୀୟ ଦୂରତ୍ବର ମୂକସାକ୍ଷୀ ।

