STORYMIRROR

kahnu charan sahu

Abstract Romance

4  

kahnu charan sahu

Abstract Romance

ଅନେକ ଦିନ ପରେ

ଅନେକ ଦିନ ପରେ

1 min
249

ଅନେକ ଦିନ ପରେ ଦେଖାହେଲ ତମେ

ଲାଗୁଥିଲ ନୂଆ ନୂଆ

ସେ ଦିନର ରାତି ସାଉଁଟା ସେ ସ୍ମୃତି

ପ୍ରୀତିପୂର୍ଣ୍ଣ ସେହି ଛୁଆଁ।


ଅଳ୍ପାୟୁଷେ ଅନ୍ତ ହୋଇଲା ତୁମରି

ପ୍ରଥମ ମୋ ସହ ଦେଖା

ବର୍ତ୍ତି ଯାଇଥିଲି ମରୁ ମରୁ ସଖି

କରିଥିଲ ତମେ ରକ୍ଷା ।


ଚକ୍ଷୁଦ୍ବୟ ମୋର ମିଶିଥିଲା ତମ

ମୃଗୁଣୀ ନୟନ ସାଥେ

ବାହୁ ଯୁଗଳରେ ବନ୍ଦିକରି ସଖି

ଫେରାଇଲ ପ୍ରାଣ ମତେ ।


ଦୁର୍ଘଟଣା ପରେ ତମେ ଚାଲିଗଲ

ଅଜଣା ସହରେ ବୋଧେ

ଖୋଜୁଛି ନୟନ ତୁମକୁ ଈଶ୍ୱରୀ

ସ୍ଥାନ ଅଛି ହୃଦ ମଧ୍ୟେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract