STORYMIRROR

Amit Bal

Romance

4  

Amit Bal

Romance

ରାସ୍ତା ସାରା ଧୂଆଁ ଧୂଆଁ

ରାସ୍ତା ସାରା ଧୂଆଁ ଧୂଆଁ

1 min
220

ମୁଁ ଆଖି ବୁଜିଲେ ପହଞ୍ଚିଯାଏ ସେଇ ଘନ ଅରଣ୍ୟରେ

ଯେଉଁଠି ରାସ୍ତା ସାରା ଧୂଆଁ ଧୂଆଁ ପ୍ରତି ମୁହୂର୍ତ୍ତରେ,

ସେଠି ଦୃଶ୍ୟମାନ ସ୍ୱର୍ଣ୍ଣ ରେଣୁ ଅଦୃଶ୍ୟ ସମୀରେ

ଦେଖି ଶୂନ୍ୟରୁ ଓହ୍ଲାଇ ଆସବେ ଅପସରି ସତେକି ନିଶିରେ,


ବିନ୍ଦୁ ବିନ୍ଦୁ ଶିଶିର ସ୍ୱାଗତ ଗୀତ ଗାଏ ପାହାନ୍ତି ପହରେ

ମେଘ ଝୁମି ଝୁମି ଆସେ ସେ ରାସ୍ତାକୁ ଘନୀଭୂତ ଅନ୍ଧାରରେ,

କେତେ ଅପୂର୍ବ ସେ ରାସ୍ତାର ସମ୍ମୋହିତ ପ୍ରୀତି ମହକ

ଚହଲାଇ ଦିଏ ହୃଦୟକୁ ଶିହରିତ କରି ତା' ବିଭୋର ପୁଲକ,


ଚିହ୍ନା ପବନରେ ଭାସି ବୁଲେ ସଂଗୀତର ମଧୁର ରାଗିଣୀ

ଚାଲୁ ଚାଲୁ ମନ ଆଇନାରେ ଆଙ୍କି ହୁଏ ପ୍ରିୟାର ଚାହାଁଣୀ,

ଛପି ଛପି ଛାଇ ପରି ସ୍ମୃତି ସବୁ ଘୂରି ବୁଲେ ନିରନ୍ତର

ସାଥୀ ହୋଇ ପ୍ରବାହରେ କେତେକେତେ ବର୍ଷା ଶୀତ ବସନ୍ତର,


ଆକାଶ ମନେହୁଏ ନିଖୋଜ ଚିତ୍ରକାରର ଏକମାତ୍ର ତୈଳଚତ୍ର

ପ୍ରେମିକା ଦେହର ସୁଗନ୍ଧ ପରି ଅରଣ୍ୟ ଲାଗେ ଖୁବ୍ଆପଣାର,

ଇଛା ହୁଏ ଅବାଧ୍ୟ ମୁହୂର୍ତ୍ତକୁ ହାତ ମେଲାଇ ବାଟ ଓଗାଳିବାକୁ

ତମାମ ଜୀବନ ପାଇଁ ହୃଦୟେ ଛବି ପରି ଆଙ୍କି ରଖିବାକୁ ....

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance