STORYMIRROR

Pradesh Pratyush

Romance

4  

Pradesh Pratyush

Romance

ଆମ ଭିତରେ ବିରାଟ ନିଜର ପଣ

ଆମ ଭିତରେ ବିରାଟ ନିଜର ପଣ

1 min
153

ଏବେ ବି ଏଇ ଭାଗ ବାଣ୍ଟର ପୃଥିବୀରେ 

ସ୍ନେହ ଶ୍ରଦ୍ଧା ବିଶ୍ୱାସରେ 

ଛାଇ ଆଲୁଅ ଖେଳ !


ଏବେ ବି ଏହି ହୃଦୟ

 କାହାର ସାନ୍ନିଧ୍ୟ ଖୋଜୁଛି ...

ସମ୍ପର୍କର ବର୍ଣ୍ଣବୋଧ ବହିରେ –

ତୁମେ ମୁଁ ସେ 

ଆଜନ୍ମ ଚିହ୍ନା ଶବ୍ଦ ହୋଇ ରହିଛେ ।


ଦୁଃଖକୁ ଦେଖି ପୁଣି ବାଟ ଚାଲିବାର ମାନେ ଜୀବନ

ସୁଖକୁ ଚାଖି ଖୁସି ବାଣ୍ଟିବା ହିଁ ପ୍ରେମ ...

ବୁଝି ଅବୁଝା ସିଏ ହୁଏ –

ଯିଏ ନିଜକୁ ବୁଝେଇପାରେନା !


ହସ ଲୁହ ଭିତରେ

ଜନ୍ମ ଯୌବନ ଜୀବନ ...

ଗୋଟିଏ ବିରାଟ ସମୀକରଣ ।


ତୋ ମୋ ଭିତରେ 

ସେମିତି କିଛି ଅଛି ବୋଲି

ଦୂର ବି ନିକଟ ଲାଗେ 

ଅବାସ୍ତବ ବି ବାସ୍ତବ ପାଲଟେ 

ସ୍ୱପ୍ନ ବି ସାଇତା ହୁଏ

 ସବୁ ଜନ୍ମ ପାଇଁ !


ଆମ ଭିତରେ ଏକ ବିରାଟ ନିଜର ପଣ

ନା ଅଛି କିଛି ସ୍ୱାର୍ଥ ନା ସର୍ତ୍ତ –

ପ୍ରଶଂସା ମାନେ ପ୍ରେମ 

ପ୍ରତ୍ୟାଶା ମାନେ ପ୍ରତାରଣା !

ଏଇ କଥା କେତେ ସହଜ ବୁଝିବାରେ –

ହେଲେ କିଏ ବୁଝୁଛି ?? 


ଆଜି ସବୁଠି ସବୁଠାରେ ସବୁବେଳେ 

ବିରାଟ ପ୍ରଶ୍ନବାଚୀ

କଥା ପ୍ରଥା 

ଆଶା ଆକାଂକ୍ଷା ଓ ସମର୍ପଣ ସମ୍ମତିରେ ...!


Rate this content
Log in

Similar oriya poem from Romance