STORYMIRROR

Samita Swain

Abstract Romance

4  

Samita Swain

Abstract Romance

ମୋ ବରଷା ରାଣୀ

ମୋ ବରଷା ରାଣୀ

1 min
792


ବର୍ଷା ଗୋ ତୁମେ କଳା ବାଦଲର 

    ନୟନେ କଜ୍ଜଳ ଗାର

ବର୍ଷା ଗୋ ତୁମେ ମନ ଉପବନେ 

    ଶୀତଳ ବାରୀର ଧାର।।


ବର୍ଷା ଗୋ ତୁମେ ଅନୁଢା କିଶୋରୀ 

      ମନେ ଶିହରଣ ଭର

ବର୍ଷା ଗୋ ତୁମେ ଶ୍ରାବଣ ନାୟିକା 

      ତୋଳ ରିମ୍ ଝିମ୍ ସ୍ବର।।


ବର୍ଷା ଗୋ ତୁମେ ଭିଜାମାଟି ବାସ୍ନା

       ସୁରଭିତ  ସୁଗନ୍ଧର

ବର୍ଷା ଗୋ ତୁମେ ସୁଧା ସଞ୍ଜିବନୀ

       ଆଶାକୁ ସଞ୍ଚାର କର।।


ବର୍ଷା ଗୋ ତୁମେ ମେଘ ମହ୍ଲାର

      ପ୍ରତିରୂପ ମୌସୁମୀ ର

ବର୍ଷା ଗୋ ତୁମେ ନୁପୁର ନିକ୍ବଣ 

        ଛନ୍ଦମୟୀ ନର୍ତ୍ତକୀର।।


ବର୍ଷା ଗୋ ତୁମେ ମନର ମାନସୀ 

       ପ୍ରେମ ଆଦ୍ଯ ଆଷାଢର

ବର୍ଷା ଗୋ ତୁମେ ଅନିନ୍ଦ୍ଯ ରୂପସୀ 

        ସ୍ପର୍ଶ ଶତ କଦମ୍ବର।।


ବର୍ଷା ଗୋ ତୁମେ ସିକ୍ତ ରମଣୀର 

        ଭାଷା ଭିଜାପଣତର

ବର୍ଷା ଗୋ ତୁମେ ସ୍ବପ୍ନର ମହକ

        ଆଶା କୁମାରୀ ମନର।।


ବର୍ଷା ଗୋ ତୁମେ ଆକାଶ ଛାତିରେ 

        ଆକାଶୀ ରଙ୍ଗର ପାଟ

ବର୍ଷା ଗୋ ତୁମେ ମନ ଅଗଣାରେ 

         ଝୁମିଝୁମି କର ନାଟ।।


ବର୍ଷା ଗୋ ତୁମେ ଶୁଷ୍କ ମରୁ ଧାରେ

       ଝର ଝର ଯେବେ ଝର

କିଛି କ୍ଷଣ ପାଇଁ ବାଦଲ ଫାଙ୍କରେ 

       ମୁହଁ ଦିଶେ ଯୌବନର।।


ବର୍ଷା ଗୋ ତୁମେ ସାଧବ ବୋହୁର

      ନାଲି ନାଲି ଲାଜ ହସ

ମୋ ସ୍ମୁତିରେ ତୁମେ ମୋ ବରଷା ରାଣୀ 

       ମହମହ ମଲ୍ଲୀ ବାସ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract