STORYMIRROR

Pabitra Das

Romance Others

4  

Pabitra Das

Romance Others

ଶୀର୍ଷକ-'ସଂପର୍କର ନଦୀ ତୀରେ'

ଶୀର୍ଷକ-'ସଂପର୍କର ନଦୀ ତୀରେ'

1 min
358


ଯାଉଁ ଯାଉଁ ବୟସ ବଢୁଛି,

ସମୟ ଛିଡୁଛି,

ସେମିତି ତୁମ ସୈାନ୍ଦର୍ଯ୍ଯର ରଙ୍ଗ

ବଦଳୁଛି ଆପଣାଛାଏଁ,ପ୍ରଜାପତି ପରି ।।୧।।

ବଦଳୁଛି ତୁମ ବାଦାମୀ ଦେହର

ସେ ଈଷତ୍ ହଳଦିଆ ରଙ୍ଗ,

ଆଉ ତା' ସହ ବଦଳୁଛି ;

ତୁମ ଭାବନାର ପୃଷ୍ଠଭୂମି ।।୨।।

ବଦଳୁଛି ତୁମର ସେ ଫେନିଳ ହସ

ବଦଳୁଛି ତୁମ ଅବୟବର

ଯେତେ ସବୁ ତରଙ୍ଗାୟିତ ବଳୟ ,

ଆଉ ତମାମ ଜୀବନର ଯେତେ ସବୁ ଦିଗ ।।୩।।

ସଂପର୍କର ନଦୀରେ ଆଜିି ଉଛୁଳୁଛି

ନୂଆ ନୂଆ ଢେଉ,ନୂଆ ନୂଆ ପ୍ବବାହ,

ବ୍ୟାପ୍ତିର ଉନ୍ମାଦନାରେ ଭୂଲିଯାଇଛି ନଦୀ;

ତା'ର ତୀରବର୍ତ୍ତୀ ଯେତେକ ମୋହ ।।୪।।

କ୍ଷଣିକ ଉତ୍ତେଜନାରେ ଫାଟିପଡି

ବୁଡାଇଛି କୂଳ,ବୁଡାଇଛି ଧର୍ମ,

ବିବେକକୁ ଚେତନାକୁ ପଛ କରି

କୂଳଟା ଭଳି ଲଙ୍ଘି ଯାଇଛି ;

ସତେ ଆଜି ସବୁ ସୀମା ସରହଦ ।।୫।।



Rate this content
Log in

Similar oriya poem from Romance