STORYMIRROR

Pabitra Das

Tragedy

4.3  

Pabitra Das

Tragedy

ଖରାବେଳ

ଖରାବେଳ

1 min
14K


ମାଡିଆସିଲାଣି ଖରାବେଳ

ନୁହେଁ ଦିବସ କିମ୍ବା,ଛାଇ ଆଲୁଅର ଖେଳ

ଏକ ଖରାବେଳ ନିଚ୍ଛକ

ଆଉ ଜୀବନର ମଧ୍ଯାହ୍ନସମୟ ।।୧।।


ଚାରିଆଡୁ ଚାପ ବଢିଚାଲିଛି

ମୁଣ୍ଡ ଉପରେ ସୂର୍ଯ୍ୟଙ୍କର ମାର୍ତଂଡ ଭଳି

ପରିବାରର ବୋଝ,ପୁଣି ତା'ଉପରେ

ଭବିଷ୍ଯତ ଭଳି ବିରାଟ ଅପରାହ୍ନ ।।୨।।


ସବୁ ଏଠି ବଡ ବିପଦ ଭଳି

ଦଣ୍ଡାୟମାନ ପ୍ରତିମୁହୂର୍ତ୍ତରେ

କେଉଁଆଡ଼େ ପଳାୟନ କରିବାକୁ ହେବ

ସେ ଏକ ଅମୀମାଂସିତ ପ୍ରଶ୍ନଟି

ମନତଳେ ଉଙ୍କିମାରେ ଅହରହ ।।୩।।


ପବିତ୍ର ଦାସ

ଗବେଷକ

ରେଭେନ୍ସା ବିଶ୍ୱବିଦ୍ୟାଳୟ,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy