STORYMIRROR

Pabitra Das

Romance Tragedy

3  

Pabitra Das

Romance Tragedy

ତୁମ ବିନା ଏ ଜୀବନ

ତୁମ ବିନା ଏ ଜୀବନ

1 min
274


ତମକୁ ବୁଝିବା 

ସତରେ ବଡ଼ କଠିନ !

ଏପଟେ ଇସାରା ଦେଇ

ପାଖକୁ ଡାକିବ, ପୁଣି ଦେହଠୁ 

ଅନେକ ଦୂରରେ ରଖି 

ବ୍ୟବଧାନ ତିଆରିବା 

ତୁମ ଜନ୍ମର ବଡ଼ ସ୍ବଭାବ ।।


ଆଖିରେ ଅରଣ୍ୟର ସବୁଜିମା

ଦେହରେ ଯୈାବନର ନୀଳ ଲହରୀ

ସବୁଠି ପୂର୍ଣ୍ଣତାର ନବ ଉଦ୍ଦୀପନା

ତୁମରି ଭିତରେ ତୁହାକୁ ତୁହା !


ନା କେବେ ଖୋଜିଛ ମୋତେ

ନା ମୋର ଦିନ ଚର୍ଚ୍ଚାକୁ;

ସବୁବେଳେ ନିଜ ନିଜ ବିଷୟରେ 

ତୁମେ ଲେଖି ଚାଲିଛ 

ନିଜର ଆତ୍ମଜୀବନୀ ।।


କେବେ ଥରଟିଏ ଭାବିଲନି 

ଯାହା ପାଇଁ ତୁମେ ସାଜିଥିଲ

କବିତାର ଛନ୍ଦ,ପ୍ରବନ୍ଧର ଶବ୍ଦ

ଆଉ ଉପନ୍ୟାସର ପୃଷ୍ଠଭୂମି; 

କ'ଣ ସେ କରୁଥିବ...

ତୁମ ବିନା ଏତେ ବଡ଼ ପୃଥିବୀରେ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance