STORYMIRROR

Pabitra Das

Others Children

3  

Pabitra Das

Others Children

ବାପୁ

ବାପୁ

1 min
56

ଅଗଣିତ ଜନ ସମୁଦାୟର

ମନରେ, ଭାବନାରେ, ବିଚାରରେ;

ଥିଲେ ସେଇ ମଣିଷ, 

ହାତରେ ବିଶ୍ଵାସର ପ୍ରତୀକ,ଖଣ୍ଡେ ବାଡି, 

ଅଣ୍ଟାରେ ସମୟର ମାପ ଯନ୍ତ୍ର ଘଡ଼ି;

ଆଖିରେ ତାଙ୍କର ପ୍ରଚକ୍ଷୁ,

ଆଉ ପରିଧାନରେ, କେଇ ଖଣ୍ଡ ବସ୍ତ୍ର ।।

ଏତିକି ହିଁ ଥିଲା 

ଗାନ୍ଧୀ ହେବା ପାଇଁ,

ଜଣେ ମଣିଷର ପରିଚର୍ଯ୍ଯା,

ସବୁବେଳେ ଦେଶ,ଜାତି, ଜନ୍ମଭୂମି ପାଇଁ

ନିଜକୁ ଉତ୍ସର୍ଗ କରିଥିଲେ ସେ, ତମାମ ଜୀବନ

ସ୍ବଇଚ୍ଛାରେ,ବିନା ସ୍ୱାର୍ଥରେ ।।

ସ୍ବଚ୍ଛତା, ଚମତ୍କାର ବତ୍କୃତା, ଭାବଭଙ୍ଗୀ ହିଁ

ତାଙ୍କ ଜୀବନର,ଅନ୍ୟ ଏକ ପରିଚୟ !

ପରକୁ ଆପଣାର, 

ଆଉ ଶତ୍ରୁକୁ ମିତ୍ରରେ, ପରିଣତ

କରିବାର କଳା,

କେବଳ ତାଙ୍କୁ ହିଁ ଜଣା ଥିଲା ।।

ନିଜ ବିଚାରରେ ଦୃଢ଼ ମନା,

କର୍ମ ଆଉ କର୍ତ୍ତବ୍ୟରେ, କର୍ମଠ 

ତାଙ୍କ ଭଳି ବ୍ୟକ୍ତିତ୍ବ, 

ବୋଧହୁଏ ନଥିଲେ କେହି 

ଆମ ଭାରତରେ ସେ ସମୟରେ;

ବାପୁଙ୍କ ପରି ଜଣେ,ନିଃସ୍ବାର୍ଥବାଦୀ ମଣିଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍