ମିଥ୍ୟା ଅହମିକା
ମିଥ୍ୟା ଅହମିକା
ମୋ ଦେହର ଯୈାବନର ଜ୍ବାଳା
ତୁମ ଠିକି ମାଡିଯାନ୍ତା କି
କରୋନା ଭାଇରସ ଭଳି;ଆଉ
ତୁମେ ଚାହିଁଲେ ବି ପାରିନ୍ତନି
ଅଲଗା କରି, ମୋତେ ତୁମ ଦେହରୁ ।।୧।।
ଅଜଣା ରୋଗରେ ପୀଡିତ
ହେଲା ପରି ଦେଶ, ତୁମେ ବି
ଭୂଲିଛ ନିଜ ଘର ଦ୍ବାର ଜ୍ଞାତି ପରିଜନ;
ବିଦେଶ ପରିଭ୍ରମଣ ନିଶାରେ
ପରଦେଶୀ ସାଜିଛ ନିଜ ମାଟିରେ ।।୨।।
ସ୍ନେହ ପ୍ରେମ ଭଲପାଇବା ଭୁଲି
ଆଦରିଛ ମିଛ ଅହମିକା,ବିଷୟବାସନା
ପ୍ରାଚୁର୍ଯ୍ଯଭରା ପରିବେଶରେ
ଜୀଇଁଛ ବା କେଇପାଦ ଆଗୁଆ ଜୀବନ;
କମେଇଛ ଭବିଷ୍ୟତ ପାଇଁ ଖୋରାକ ।।୩।।
କି ଲାଭ ଥାଏ ଏମିତି ଜୀବନରେ
ରୀତିମତ କମି କମି ଯାଉଥିବା
ଆୟୁଷ ଭଳି,କ୍ଷୀଣ ହୁଏ ତୁମର ଆୟୁଷ
ଚୂର୍ଣ୍ଣ ହୁଏ ମନ,ଭଗ୍ନ ହୁଏ ଭବିଷ୍ୟତ;
ସତ କୁହ,ଏଇ କ'ଣ ତୁମ ସ୍ବପ୍ନର ଭବିଷ୍ୟତ !!୪।।
ଯାହା କେବେ ଆରମ୍ଭ ନ ହେଉଣୁ
ସରୁଥାଏ ପ୍ରତିକ୍ଷଣ,ଜୀବନ ଗଢା ହେବା ପୂର୍ବରୁ
ଭାଙ୍ଗୁଥାଏ ପ୍ରତିକ୍ଷଣ..କୁହ ତୁମେ
ଏଇ କ'ଣ ତୁମ ଇପ୍ସିତ ଜୀବନ
ଯାହା ପାଇଁ ଛାଡିଥିଲ ଦିନେ,
ସଂପର୍କର ସବୁ ଚିହ୍ନ, ଗାଁ ମାଟି ପରିଜନ ।।୫।।