STORYMIRROR

Pabitra Das

Others

3  

Pabitra Das

Others

ମିଥ୍ୟା ଅହମିକା

ମିଥ୍ୟା ଅହମିକା

1 min
11.9K


ମୋ ଦେହର ଯୈାବନର ଜ୍ବାଳା

ତୁମ ଠିକି ମାଡିଯାନ୍ତା କି

କରୋନା ଭାଇରସ ଭଳି;ଆଉ

ତୁମେ ଚାହିଁଲେ ବି ପାରିନ୍ତନି

ଅଲଗା କରି, ମୋତେ ତୁମ ଦେହରୁ ।।୧।।


ଅଜଣା ରୋଗରେ ପୀଡିତ

ହେଲା ପରି ଦେଶ, ତୁମେ ବି

ଭୂଲିଛ ନିଜ ଘର ଦ୍ବାର ଜ୍ଞାତି ପରିଜନ;

ବିଦେଶ ପରିଭ୍ରମଣ ନିଶାରେ

ପରଦେଶୀ ସାଜିଛ ନିଜ ମାଟିରେ ।।୨।।


ସ୍ନେହ ପ୍ରେମ ଭଲପାଇବା ଭୁଲି

ଆଦରିଛ ମିଛ ଅହମିକା,ବିଷୟବାସନା

ପ୍ରାଚୁର୍ଯ୍ଯଭରା ପରିବେଶରେ

ଜୀଇଁଛ ବା କେଇପାଦ ଆଗୁଆ ଜୀବନ;

କମେଇଛ ଭବିଷ୍ୟତ ପାଇଁ ଖୋରାକ ।।୩।।


କି ଲାଭ ଥାଏ ଏମିତି ଜୀବନରେ 

ରୀତିମତ କମି କମି ଯାଉଥିବା

ଆୟୁଷ ଭଳି,କ୍ଷୀଣ ହୁଏ ତୁମର ଆୟୁଷ

ଚୂର୍ଣ୍ଣ ହୁଏ ମନ,ଭଗ୍ନ ହୁଏ ଭବିଷ୍ୟତ;

ସତ କୁହ,ଏଇ କ'ଣ ତୁମ ସ୍ବପ୍ନର ଭବିଷ୍ୟତ !!୪।।


ଯାହା କେବେ ଆରମ୍ଭ ନ ହେଉଣୁ

ସରୁଥାଏ ପ୍ରତିକ୍ଷଣ,ଜୀବନ ଗଢା ହେବା ପୂର୍ବରୁ

ଭାଙ୍ଗୁଥାଏ ପ୍ରତିକ୍ଷଣ..କୁହ ତୁମେ

ଏଇ କ'ଣ ତୁମ ଇପ୍ସିତ ଜୀବନ

ଯାହା ପାଇଁ ଛାଡିଥିଲ ଦିନେ, 

ସଂପର୍କର ସବୁ ଚିହ୍ନ, ଗାଁ ମାଟି ପରିଜନ ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍