STORYMIRROR

Pabitra Das

Others

3  

Pabitra Das

Others

ସମୟର ସ୍ବର

ସମୟର ସ୍ବର

1 min
330

ତମେ ଥିଲ ଦିନେ ମୋ ପାଇଁ

ଆକାଶର ପାରିଜାତ

ଫୁଟୁଥିଲ ପ୍ରତିଦିନ ମୋ ମନ ଅଗଣାରେ

ନାନା ନାନା ରଙ୍ଗରେ ।।


ତମେ ଥିଲ ଦିନେ ମୋ ପାଇଁ

ଆକାଶର ଉଦିଆ ଜହ୍ନ

ପୂର୍ଣମୀର ପୂର୍ଣ୍ଣ ଜହ୍ନ ପରି

ଫୁଟି ଉଠୁଥିଲ ମୋ ମନ ବଗିଚାରେ ।।


ତମେ ଥିଲ ଦିନେ ମୋ ପାଇଁ

ସ୍ବର୍ଗର ଅପସରୀ

ମୋ ପାଇଁ ଆସୁଥିଲେ ଓହ୍ଲାଇ

ପ୍ରତିଟି ରାତିରେ ସ୍ବପ୍ନ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍