STORYMIRROR

Sabita Nayak

Romance

4  

Sabita Nayak

Romance

ପ୍ରୀୟାର ଓଢଣୀ

ପ୍ରୀୟାର ଓଢଣୀ

1 min
721


ପ୍ରୀୟାର ଓଢଣୀ ପବନେ ଉଡିଲେ

କସ୍ତୁରୀ କସ୍ତୁରୀ ବାସେ

ତା' ପ୍ରେମ ଛିଟାରେ ହଜିଯାଏ ମୁଁଯେ

ହସିଦିଏ ସିଏ ଯେବେ।


ପ୍ରୀୟାର ଓଢଣୀ ମଥାର ଉପରେ

ଲକ୍ଷ୍ମୀ ସାଆନ୍ତାଣୀ ଦିଶେ

ପ୍ରେମ ରାଗିଣୀର ମଧୂଗୀତି ଗାଏ

ପ୍ରୀୟା ଯେବେ ପାଖେ ବସେ।


ପ୍ରୀୟାର ଓଢଣୀ ପ୍ରେମ ରଙ୍ଗ ବୁଣେ

ଫଗୁଣର ସପ୍ତରଙ୍ଗେ

ମୋ ହୃଦୟ ରାସ ଚିତ୍ତ ହୁଏ ସିକ୍ତ

ଶାଶ୍ବତ ପ୍ରେମ ବନ୍ଧନେ।


ପ୍ରୀୟାର ଓଢଣୀ ପ୍ରୀତି ନିର୍ଝରିଣୀ

ଛମ୍ଛମ୍ ପାଦ ଶବ୍ଦ

ମତୁଆଲା ହୁଏ ମୋ ମନ ଭ୍ରମର

ପାଆନ୍ତି କି ପ୍ରୀୟା ସ୍ପର୍ଶ।


ପ୍ରୀୟାର ଓଢଣୀ ମନ ନିଏ କିଣି

ପ୍ରେମର ତ୍ରୀବେଣୀ ଧାରା

ଅଧର ପ୍ରୀୟାର ଅମୃତର ଧାରା

ଖୋଜୁଥାଏ ମନ ପରା।


ପ୍ରୀୟାର ଓଢଣୀ ପ୍ରେମ ରଙ୍ଗ ବୁଣେ

ଆଖିରେ ଭରେ ସପନ

ତା' ଶୀତଳ ସ୍ପର୍ଶ ଜହ୍ନର ଜୋଛ୍ଛନା

ଦେହରେ ଆଣେ ପୁଲକ।


ପ୍ରୀୟାର ଓଢଣୀ ପ୍ରେମ ସୁଧା ବାରି

ଅପୂର୍ବ ନୟନ ଠାଣୀ

ଚୁପି ଚୁପି ଯେବେ କାନେ କହେ କଥା

ବହେ ପ୍ରୀତି ମନ୍ଦାକିନୀ।


ପ୍ରୀୟାର ଓଢଣୀ ଭାରି ଅଭିମାନୀ

ଗାଏ ଆମ ପ୍ରୀତି କଥା

ଝରା ଶ୍ରାବଣଟି ଝର ଝର ହୋଇ

ଝରାଏ ପ୍ରେମ ବରଷା।


ପ୍ରୀୟାର ଓଢଣୀ ତୁଳନା ତା' ନାହିଁ

ପ୍ରେମ ଗଭୀରତା ତା'ର

ମୋ ଦେହେ ବାଜିଲେ ପ୍ରେମର ପରଶ

ହଜିଯାଏ ଦୁଃଖ ମୋର।


ମୋ ହୃଦୟ ବନେ ପ୍ରୀତିର ସୁଗନ୍ଧ

ସିନା ମୋ ପ୍ରୀୟା ଓଢଣୀ

ତା' ବିନା ସବୁ ଫିକା ଫିକା ଲାଗେ

ବର୍ଣ୍ଣନେ ଶବ୍ଦ ପାଏନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance