Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Romance

3  

Sabita Nayak

Romance

ତୁମେ କେବଳ ମୋର

ତୁମେ କେବଳ ମୋର

1 min
133


 ତୁମେ ଆସିବ ଆସିବ ବୋଲି 

କେତେ ଯେ ବସନ୍ତ ଯାଇଛି 

ମନରେ ସାଇତା ଅସରନ୍ତି ପ୍ରୀତି 

ଅମାପ ଆଶା ଓ ସ୍ବପ୍ନ 

ଅନେକ ଥର ଆସି ଅଳସ ଆଖିରେ 

ଲେସି ହୋଇ ଯାଇଛି ।


ହେଇ, ରହିଲା ଏଇ ଫଗୁଣର ରାଣ 

ତୁମେ ଯେପରି ଏଥର ଭୁଲିନଯାଅ

ଏଇ ଦେଖୁନ 

ତୁମର ସାଥି କୃଷ୍ଣଚୂଡ଼ା କେମିତି 

ତୁମକଥା କହି ଚିଡାଏ ମୋତେ 

ଆଉ ଫୁଲେଇ ଶ୍ରାବଣ 

ଝମ୍ ଝମ୍ ନାଚି ନାଚି 

ଦିନରାତି ଆମ ପ୍ରୀତି ଗାଏ ।


 ମୋ ସଖୀ ଲଳିତା, 

ହଁ ମ ମୋତେ ଲୁଚି ଲୁଚି 

ତୁମକୁ ଯିଏ ଭଲପାଏ 

ଓଃ! ତୁମକଥା ଭାରି ମନେ ପକାଏ 

ପିତ୍ତ ଚଢିଯାଏ ମୋର 

ଈଛାହୁଏ କଞ୍ଚା ଚୋବାଇ ଯାଆନ୍ତି 

ଭାରି ବହବ!

ୟାକୁ ତାକୁ ଭାରି ନଜର ।


ହଁ ତୁମେ କେବଳ ମୋର 

ମନରେ, ସ୍ବପ୍ନରେ, ଜାଗ୍ରତରେ 

ନିଃଶ୍ବାସରେ, ବିଶ୍ବାସରେ 

ଖାଲି ତୁମେ ତୁମେ ତୁମେ ।


ରାଧେ ରାଧେ।



Rate this content
Log in

Similar oriya poem from Romance