STORYMIRROR

Manasranjan Yadav

Romance

3  

Manasranjan Yadav

Romance

ଅଭୁଲା ପ୍ରିୟା

ଅଭୁଲା ପ୍ରିୟା

1 min
162

ଜୀବନ ତ ଗୋଟେ ଚଲାପଥ

କେବେ ସୁଖ ତ କେବେ ଦୁଃଖ 

ସୁଖ ଦୁଃଖ ଦୁଇ ଭାଇ 

କିନ୍ତୁ କେବେ କାହାର ହୋଇପାରନ୍ତି ନାହିଁ l


ସ୍ମୃତି ଗୋଟେ ପ୍ରିୟତମା 

କେବେ ସୁଖର ତ କେବେ ଦୁଃଖର 

ସିଏ ମଧ୍ୟ ହୋଇପାରେନା କେବେ କାହାର??? 


ସ୍ମୃତି ମୋର ଦୁଃଖ ଦାୟୀ 

ଚେଷ୍ଟା କରେ ପ୍ରିୟାକୁ ଭୁଲିବା ପାଇଁ 

କିନ୍ତୁ ଭୁଲି ପାରେ ନାହିଁ l


ଭୁଲି ଯାଇଥିଲି ସେଇ ପ୍ରିୟାକୁ 

କିନ୍ତୁ କାଲି ଯାଇଥିଲି ଗୋଟେ ଗାଆଁକୁ 

ସେଇ ଗାଁ ଦେଇ ଯିବାକୁ ହୁଏ ଯେଉଁଠି ତା ଗାଆଁ 

ଘର ତା'ର ଗାଆଁ ଶେଷେ

ସେଇ ମୁହୂର୍ତ୍ତେ ସ୍ମୃତି ମୋର ଫେରି ଆସେ l


ସାଢେ ପାଞ୍ଚଟା ସମୟରେ

ଯାଏ ମୁଁ ତା ଗାଆଁ ଖୋଲିରେ

କାଖରେ ସେ ଗରିଆ ଧରି

ପାଣି ଆଣିବା ପାଇଁ ଥାଏ ବାହାରି l


ବାଃ କି ସୁନ୍ଦର ସେଇ ପ୍ରିୟା ମୋର

ଯେତେ ଭାବେ ମୁଁ ତା'ଠୁ ସେ ଅଧିକ ସୁନ୍ଦର

ସେଇ ଗାଆଁ ଖୋଲିରେ ସେ ଦେଖାଯାଏ ଭାରି ଅଲଗା

ଦେଖିବାଟା ତାକୁ ଥିଲା ମୋତେ ଭାରି ମହଙ୍ଗା l


ଭୁଲିଯାଇଥିଲି ତା'କୁ

ଚାହୁଁନ ଥିଲି ପୁଣି ତା'କୁ ଦେଖିବାକୁ 

କିନ୍ତୁ ଏ ଅବୁଝା ମନ

କ'ଣ କେବେ ମାନେ??? 


ଧଳା ଘିଅ ରଙ୍ଗର ସେ ଡ୍ରେସ

ଯେଉଁଠି ବୁନ୍ଦା ବୁନ୍ଦା ଛିଟା

ହସ ତା'ର ଭାରି ମିଠା 

ତା'କୁ ଦେଖି ମନ ମୋର

ଥମି ଗଲା କଣ୍ଟା ଏ ସମୟର


ସମୟର ଏ କି ଖେଳ

ମନ ହେଉଛି ତାକୁ କରିବାକୁ ଟିକେ ଗେଲ 

ପ୍ରିୟାକୁ ମୁଁ ଭୁଲିବି କେମିତି

ସ୍ୱପ୍ନେ ଆସିଲା ପୁଣି ଗଲା ରାତି 


ଫେରିଯିବି ମୁଁ ମୋ ଅତୀତକୁ

ପୁଣି ପ୍ରେମ କରିବି ମୁଁ ସେଇ ପ୍ରିୟାକୁ 

ପ୍ରେମରେ ଥରେ ହାରିବା ପରେ

କ'ଣ ଏ ହୃଦୟ ପୁଣି ଚେଷ୍ଟା କରେ

ବୁଝି ମୁଁ ପାରୁନି କିଛି 

କ'ଣ କରିବି ମୁଁ ଭାବୁଛି??? 


ପ୍ରିୟାର ସେ ଗୋଟେ ଦେଖା

ବଦଳିଲା ମୋ ଜୀବନରେଖା 

ବାସ ଏବେ କିଛି ଭାବିବାର ନାହିଁ 

ଯେମିତି କା ବାସ୍ତବରେ 

ସେମିତିକା ରହିବି ମୁହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance