STORYMIRROR

Manasranjan Yadav

Abstract Romance Others

4  

Manasranjan Yadav

Abstract Romance Others

ପ୍ରିୟତମା

ପ୍ରିୟତମା

1 min
450

ସଂଗୀତର ମୂର୍ଚ୍ଛନା

ହୃଦୟର କଳ୍ପନା

ସବୁଥିରେ ପ୍ରିୟା ତୁମେ,

ଅତୀତର ସ୍ମୃତି

ପ୍ରେମଭରା ପ୍ରୀତି

ମନ ମୋ ତୁମକୁ ଚୁମେ l


ତୁମେ ମୋ ପ୍ରିୟସୀ

ସରଗର ଶଶୀ

ପୁନେଇଁ ରାତିର ଜହ୍ନ,

ପ୍ରଥମ ଦେଖାରେ

ଗୋଟେ ଝଲକରେ

ଚୋରିକଲ ମୋର ମନ l


ମନ ମୋର ଉଡ଼ା ପକ୍ଷୀ

ତମକୁ ଯେ ଦେଲା ଦେଖି

ନିଦ ମୋର ଗଲା ହଜି,

ସ୍ବପ୍ନକୁ ସାଉଁଟି

କଡ଼ ଲେଉଁଟି

ତୁମ ପ୍ରେମେ ଗଲି ଭିଜି l


ଭିଜା ଭିଜା ମନେ

ମୁକ୍ତ ଗଗନେ

ଆଙ୍କି ଦେଲି ତମ ଛବି,

ତୁମରି ପ୍ରେମରେ

ପ୍ରେମର ନିଶାରେ

ସାଜୁଛି ମୁଁ ପ୍ରେମ କବି ।



Rate this content
Log in

Similar oriya poem from Abstract