STORYMIRROR

Manasranjan Yadav

Others

3  

Manasranjan Yadav

Others

ହୃଦୟେ_ଜୁଇ

ହୃଦୟେ_ଜୁଇ

1 min
150

ଆକାଶରୁ ଅଗ୍ନି ବର୍ଷା

ମୋ ମନେ ନାହିଁ କ୍ଷଣିକ ଈର୍ଷା

କାହିଁକି ଜଳିବି ଈର୍ଷାରେ ମୁହିଁ

ତମ ଭାବନାରେ

ତମ କାମନାରେ

ଜଳୁଛି ମୋ ହୃଦୟେ ଜୁଇ !!


ଥିଲି ଦିନେ ପ୍ରେମ ରାଗେ

ତମ କଥା ଭଲ ଲାଗେ

କାହିଁକି ତମକୁ ଭୁଲିବି ମୁହିଁ

ମୋ ଆଖିରେ

ପ୍ରେମ ସାକ୍ଷୀରେ

ଜଳୁଛି ମୋ ହୃଦୟେ ଜୁଇ !!


ତମେ ଚାଲି ଗଲା ପରେ

ମନ ମୋର ପ୍ରତିକ୍ଷଣ ମରେ

କାହିଁକି କାନ୍ଦିବି ମୁହିଁ

ତମ କାନ୍ଦିରେ

ତମ ଦୁଃଖରେ

ଜଳୁଛି ମୋ ହୃଦୟେ ଜୁଇ !!


ମନେ ପଡେ ତମ ମୁହଁ

ମୋ ହୃଦୟ ଭଲ ନୁହଁ

ଦୁଃଖ କର ତୁମେ କି ପାଇଁ

ତମ ଜୀବନରେ

ତମ ସପନରେ

ମୁଁ ଆସି ଭୁଲ କଲି

ଆଜି ଜଳୁଛି ମୋ ହୃଦୟେ ଜୁଇ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍