Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manasranjan Yadav

Inspirational Others

3  

Manasranjan Yadav

Inspirational Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
184


ମୁଁ ଜାଣିନଥିଲି ନା କିଛି ଜାଣିଛି, 

ବର୍ତମାନ ସମୟର ଅନୁକ୍ରମେ କିଛି କିଛି ଶିଖୁଛି ll

ଶିଖିବା ମଧ୍ୟରେ ରହିଛି ଅନେକ ଅନୁଭୂତି, 

ଏହାକୁ ଗ୍ରହଣ କରିବାକୁ ହେଲେ ମାନିବାକୁ ହୁଏ ନୀତିରୀତି l


ଏହି ଗ୍ରହଣ କରୁଥିବା ସବୁତକ ଅଟେ ବିଦ୍ୟା, 

ଆଉ ମୁଁ ଗ୍ରହଣ କରୁଥିବା ବିଦ୍ୟାର୍ଥୀ,

ଅଜ୍ଞାନ ଯଦି କୌରବ ହୁଏ ତେବେ 

ମୁଁ ଅର୍ଜୁନ ଆଉ ଜ୍ଞାନ ମୋର ସାରଥୀ l


ଯେହେତୁ ମୁଁ ବିଦ୍ୟାର୍ଥୀ, 

ମୋତେ ମାନିବାକୁ ହୁଏ କିଛି ନୀତିରୀତି, 

ମୁଁ ବହୁତ କିଛି ଶିଖିଚି 

ଆଉ ଅନେକ କିଛି ବାକି ଅଛି l


ଆଳସ୍ୟ ମୋ ସବୁଠୁ ବଡ ଶତ୍ରୁ 

ଯାହା ବିରୁଦ୍ଧରେ ମୋର ଏହି ଯୁଦ୍ଧ, 

ସଜାଗ ହୋଇ କର୍ମ କ୍ଷେତ୍ରେ ଲଢ଼ିପଡିବା 

କରିବ ସେ ଶତ୍ରୁକୁ ସ୍ତବ୍ଧ l


ମୋତେ ଶିଖିବାକୁ ହବ ବିନମ୍ରତା, 

ଗଢିବାକୁ ହେବ ନିଜକୁ ଆଦର୍ଶବାଦି, 

ଏହି ସବୁତ ସଫଳତା ଆଣିଦେବ

ଆଉ ମୁଁ ପରା ଗୋଟେ ବିଦ୍ୟାର୍ଥୀ l



Rate this content
Log in

Similar oriya poem from Inspirational