ସ୍ବପ୍ନ ନାୟିକା
ସ୍ବପ୍ନ ନାୟିକା
ନୀତି ଆସେ ନୀତି ଆସେ
ଆସେ ସିଏ ରାତିରେ
ଜୀବନମୁଁ ବଞ୍ଚି ଯିବି
ଯିବି ତା ସାଥିରେ ।
ଭାବୁଛ କି କିଏ ସେଇ
ଯିଏ ଆସେ ନିଶାରେ
ବର୍ଣନା ମୁଁ କରିଚାଲେ
କବିତାର ଭାଷାରେ ।
ଅମାବାସ୍ୟା ନିଶାରେ ସେ
ପୁର୍ଣ୍ଣିମା ରେ ଜହ୍ନ
ଜାଣେନା ମୁଁ କେମିତି ସେ
ଚୋରିକଲା ମୋ ଏ ମନ ।
ହୃଦୟ କବାଟ ରେ
ଠକ୍ ଠକ୍ ଶବ୍ଦକରି ଆସେ
ହୃଦୟ ସିଂହାସନେ ସେ
ବେଶ୍ ଆରାମରେ ବସେ ।
କୋମଳ ସ୍ପର୍ଶରେ ତା
ମୋ ହୃଦେ ମାଡିଆସେ ଭୂମିକମ୍ପ
ମନରୁ ସେ ତୋଳିନିଏ ପଦ୍ମ
ଛାଡିଦେଇ ପଙ୍କ ।
ଝାପ୍ସା ଝାପ୍ସା ମୁହଁ ଦିଶେ
ଇଚ୍ଛା ହୁଏ ଦେଖିବାକୁ ସମ୍ପୂର୍ଣ୍ଣ,
ମା ଡାକ ଶୁଣି
ଭାଙ୍ଗିଯାଏ ମୋ ସପନ ।
ସିଏ ଆଉ କେହିନୁହଁ
ମୋ ସ୍ବପ୍ନନାୟିକା
ପ୍ରେମ ନଦୀତୀରେ ସିଏ
ମୋ ଅବବାହିକା ।
ଦିନେ ମୁଁ ଦେଖିବି ତାକୁ
ଏହା ମୋର ଆଶା
ସେଇ ଦିନ ପୂର୍ଣ୍ଣ ହବ
ମୋ ଲେଖାର ପରିଭାଷା !

