STORYMIRROR

arun sahoo

Romance Inspirational

3  

arun sahoo

Romance Inspirational

ତୁମେ ଓ ମୁଁ

ତୁମେ ଓ ମୁଁ

1 min
120

ତୁମେ ନିଶିଥ ଅନ୍ଧାର ରାତି ମୁଁ ତୁମ

ପାଖେ ଅଚିନ୍ତା ନିଦ୍ରାରେ ଥିବା ମଳୟ

ତୁମେ ପୂଜା ପାଉଥିବା ମୂର୍ତ୍ତି ମୁଁ

ଶୀତେଇ କାକରବିନ୍ଦୁର କଜଳ ଗାର ।।।।


ତୁମେ ସ୍ମିତହାସ୍ୟ ମୃଦୁ ମଳୟ ମୁଁ

ଅମାବାସ୍ୟାର ଅମାନିଆ ଜୁଆର ଢେଉ

ତୁମେ ଚଇତାଳି ବସନ୍ତର ମଳୟ ମୁଁ

ଫୁଟିଥିବା ମଲ୍ଲି ହେନା ମାଳତୀର ବାସନା।।।।


ମୁଁ ଅଭିମାନିନୀ ଅମାନିଆ ନଈ

ତୁମେ ନଈକୁ ଧରିବା ସାଗର 

ତଥାପି ତୁମେ କୁହ 

ଆମ ସମ୍ପର୍କ କେଇ ମୁହୂର୍ତ୍ତର ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance