ତୁମ ସ୍ମିତହାସ୍ୟ
ତୁମ ସ୍ମିତହାସ୍ୟ
ତୁମରି ହୃଦୟ ତୁମର ମନର ଆଶା
ତୁମ ସ୍ମିତହାସ୍ୟ ଖୋଲି କହିଦିଏ
ମୂଖ ଶୋଭା ତୁମ ମନର ଆଇନା
ହୃଦୟରେ ଦିଶେ ପଲକରେ ପ୍ରେମର ଭାଷା ।
ପୁରୁଣା ବର୍ଷର ହସ ମୁଖେ ଭରିଲ
ହସ ହସ ମିଠା ମିଠା ପଦିଏ କଥାରେ
ତୁମ ଭାବନାରେ ହଜିଯାଏ
ଅକୁହା କଥାରୁ ମନ ଜାଣି ସତେ
ମନ କଥା ସବୁ ଜାଣନ୍ତା ପାରି
ରାତିସାରା କେତେ ହସ୍ଇ ମୋ ରାଣୀ ।
