STORYMIRROR

arun sahoo

Romance Classics Fantasy

3  

arun sahoo

Romance Classics Fantasy

ନାଲିଆ

ନାଲିଆ

1 min
214

ତୁମକୁ ଦେଖିଦେଲେ ଥରେ ଆଖି ଯାଏ ଲାଖି

ତୁମକୁ ଚାହିଁ ଦେଲେ ମନ ନିଅ ମୋହି

ମୋହୀନି ରୂପ ତୁମ ଆଖିରେ କଜଳ

ଓଠରେ ଲିପଷ୍ଟିକ୍ ତୁମର ଗଢ଼ ନାଳିରଙ୍ଗର।


ଧଳାଶାଢୀରେ ନାଲିଆ ପାଡି ଲୁଗା

ନାଲିଆ ବ୍ଲାଉଜକୁ ଘନକଳା କେଶ

ଦୁଧିଆ ରଙ୍ଗକୁ ମୁଚୁକୁନ୍ଦା ହସ

ମନ ଟାଣିନେଲା ତୁମ ଆଖି ଯୁଗଳ।


ହାତରେ ମୋବାଇଲ ଓଠର ପରଳ

ଆଙ୍ଗୁଠିରେ ଭରିଛ ସପନର ନାବିକ

ବେକରେ ତୁମେ ଢାଙ୍କିଛ ମୁକୁତାର ମୋତି

କର୍ଣ୍ଣରେ ଦେଇଛ ପିରତିର ହରସ ।


ଭୃଲତାରେ ଆଙ୍କିଛ ଶ୍ରାବଣୀ ଗାର

ସିନ୍ଥିରେ ସାଜିଛ ନାଲି ସିନ୍ଦୂର 

ମୁଖେ ଶୋଭାର ଫୁଟିଛି ଫୁଲ

ତୁମ ଚୋରା ଚାହାଣିରେ ପୁରା ମୁଁ ଘାୟଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance