Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Inspirational

4  

arun sahoo

Inspirational

ମକର ବକର

ମକର ବକର

1 min
243


ମକରସଂକ୍ରାନ୍ତି ସୂର୍ଯ୍ୟ ମକରେ ପ୍ରବେଶ

ସୂର୍ଯ୍ୟ ଧନୁରାଶିରୁ ମକରେ ଗମନ

ଦକ୍ଷିଣ ଭାରତେ ପୋଙ୍ଗଲେ ଖ୍ୟାତି

ସୂର୍ଯ୍ୟଙ୍କ ଉତ୍ତରାୟଣ ନାମେ ପ୍ରସିଦ୍ଧି।।।।


ମକରଠାରୁ ଦିନ ହୁଏ ବକର

ସୂର୍ଯ୍ୟ କିରଣ ହୁଅଇ ପ୍ରଖର 

ସମସ୍ତ ଶୁଭକାମ ହୁଅଇ ତେଜେ

ସୂର୍ଯ୍ୟ ଦର୍ଶନେ ସକଳେ ମୁକ୍ତି ମିଳେ ମକରେ ।।।।


ଅରୁଆ ଚାଉଳ ଛେନା ଗୁଡ଼ ନଡିଆ ଆଉ କଦଳୀ

ସୁମିଷ୍ଟ ଭୋଗ ଧାନଖଳାଏ ଭୋଗ ଲାଗଇ

ମକର ଚାଉଳେ ନାମେ ଜଗତେ ଖ୍ୟାତି

ଭୋଗ ଖାଇ ଲୋକେ ବସନ୍ତେ ମକର ।।।।


ମକରେ ଆଦିବାସୀ ବୋଲେ ଟୁସୁଗୀତ 

କୁଡୁମୀ ଅଧୀରେ ଟୁସୁ ପରବେ 

ଆଦିବାସୀ ଆଦରେ ପାଳେ ମକରେ

ମକରେ ସ୍ନେହ ଶ୍ରଦ୍ଧା ଭାବରେ ବନ୍ଧା ।।।।।


ମକରେ ଗୁଡି ଉଡାଇ ଆକାଶେ 

ଗଙ୍ଗାସାଗରେ ମକରମେଳାର ଆୟୋଜେ

ଜଗନ୍ନାଥ ସଂସ୍କୃତେ ଉତ୍ତରାୟଣୀ ଯାତ

ମକରେ ଭକତେ ଲଭନ୍ତି ପୂନ୍ୟ ।।।।।



Rate this content
Log in

Similar oriya poem from Inspirational