STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

ଆଉ ଟିକେ ରୁହ

ଆଉ ଟିକେ ରୁହ

1 min
211

ଆଉ ଟିକେ ରୁହ କଥା ହେବା ଆମେ

     ଆକାଶେ ଉଇଁଲେ ଜହ୍ନ 

ତୁମେ ଆଉ ମୁଁ ପଖାଳିବା ବସି

     ସ୍ମୃତିର ପୁରୁଣା ଦିନ।o।


ତୁମେ କହୁଥିବ ମୁଁ ଶୁଣୁଥିବି

      ଦୂରେ ଚାହିଁ ଥିବ ଜହ୍ନ 

ଜହ୍ନ ଆଇନାରେ ତୁମ ମୁହଁ ଦେଖି

     ଖୋଜିବି ହଜିଲା ଦିନ ।

ସେତେବେଳେ ଆଉ ନଥିବ ମନରେ

     ରାଗ ରୁଷା ଅଭିମାନ।୧।


ଆଉ ଟିକେ...


ଚାରିଆଡେ ଏବେ ଅନ୍ଧାର ହେଲାଣି

      ପବନ ତ ଅଛି ପାଖେ 

ଗଛ ମାନେ ସବୁ ନିରବି ଗଲେଣି

      ନିଦ୍ରାର ଅଭିମୁଖେ

ତାରା ମାନେ ଦେଖ ବସିଲେଣି ଆସି

    ଖୋଜିଖୋଜି ନିଜ ଥାନ।୨।


ଆଉ ଟିକେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance