STORYMIRROR

Tonish Rohidas

Romance

3  

Tonish Rohidas

Romance

କିଛି କଥା ହୃଦୟର

କିଛି କଥା ହୃଦୟର

1 min
209


ଲେଖୁଅଛି ଆଜି ତୁମ ପାଇଁ ଗୋଟେ କବିତା।

ଭାବିବନି ସତେ ଏହା ନୁହେ ସତ କଥା।।


ସାଗରଠୁ ବି ବଡ଼ ହୋଇ ଥାଏ ବିଶ୍ୱାସର ସେଇ ବନ୍ଦନ।।

ଯେତିକି ବୁଝି ପାରିଲେ ସେ ହୋଇ ଯାଏ ତିଳକ ଚନ୍ଦନ।।


ହସ ହସ ସେଇ ମଧୁର କଥା ଭଲ ଲାଗେ ବୋଲି ।।

ହୃଦୟର ସବୁ ଭାବନା କହି ଦିଏ ସଭିଙ୍କ ପାଖରେ ଖୋଲି।।


ମନକୁ ଭଲ ଲାଗେ ଥିଲେ ସୁନ୍ଦର ଚେହେରା।

କିଏ ବା ବୁଝିବ ଆଜି କାଲି ଦେଖନ୍ତି ଖାଲି କଳା ଗୋରା।।


ସମ୍ପର୍କର ମାନେ କିଏ ବୁଝିଛି ସବୁ ତ ନିଜର ସ୍ୱାର୍ଥ ଦେଖନ୍ତି।।

କିଛି କଥା କହି କରିବେ ନିଜର କିଛି ଦିନ ପରେ ସଭିଏଁ ଭୁଲି ଯାଆନ୍ତି।।


କାହାକୁ କହିବି ନିଜର ଏଠି ତ ସଭିଏଁ ମୋର ପର

ଆଖିର ଲୁହ ମଧ୍ୟ ହୋଇ ଯାଏ ଧୀରେ ଧୀରେ ଦୂର।।

ଅଜଣା ଲୋକକୁ କେମିତି କରିବି ନିଜର 

ପ୍ରେମ ଭରା ଏଇ ଦିନିଆ ରେ କେହି ଅଛି ହୃଦୟରେ କରି ଘର।।


ଯେମିତି ଋତୁ ପରେ ଋତୁ ହୋଇଥାଏ ପରବର୍ତ୍ତନ

ସେମିତି ତୁମେ ହେବ ନାହିଁ ସାଥି ତୁମେ ମୋର ଜୀବନ।।

ଲେଖା ନୁହେ ଏହା ମନର ଭାବନା

କଲମରେ ସିନା ହୋଇଛି ଲେଖା ହୃଦୟର ଅଟେ ବେଦନା।।



Rate this content
Log in

Similar oriya poem from Romance