STORYMIRROR

Tonish Rohidas

Children

3  

Tonish Rohidas

Children

ସ୍ବପ୍ନ ନାଇକା

ସ୍ବପ୍ନ ନାଇକା

1 min
144


ତୁମେ ସ୍ୱପ୍ନରେ ଆସୁଛ ହେଲେ ସତରେ ନାହିଁ

ହେ ସାଥି ତୁମକୁ ପାଇଁ ଧନ୍ୟ ହୋଇଛି ଆଜି ମୁହିଁ ।

ତୁମେ ମୋର ଭାବନା ତୁମେ ମୋର କଳ୍ପନା

ତୁମେ ମୋର ପ୍ରଥମ ପ୍ରେମ ତୁମେ ହିଁ ମୋର ଶେଷ ଖାଲି ମୁଁ ତୁମେ ଦିୱାନା

ଅଳ୍ପ ଅଳ୍ପ ଆମର ହୋଇଛି ଆରମ୍ଭ ସେଇ ପ୍ରେମର କାହାଣୀ

କେମିତି ତୁମକୁ କହିବି ଭାବୁଛି ମନର କଥା ତୁମେ ମତେ ପାରିବ କି ଜାଣି ।

ତୁମେ ମୋର ପ୍ରତିଟି ନିଶ୍ୱାସ ରେ ତୁମେ ମୋର ପ୍ରତିଟି ମୁହୂର୍ତରେ

ଏମିତି ଆଗରୁ କେବେ ହୋଇନାହିଁ ଜୀବନରେ ।

ଖୁସିର ଆଜି ଲହରୀ ଖେଳେ ଦେଖି ଦେଲି ରୂପ ତୁମରି

ଆସି ଅଛ ସତେ କୋଉ ରାଇଜରୁ ଲାଗୁଛ ଯେମିତି ତୁମେ ସେଇ ପରି ।

ମିଠା ମିଠା ତୁମେ ଓଠର ଭାଷା କୋଇଲି ପରି ତୁମେ କୁହୁକ କଥା

ଜନମ ଜନମ ପାଇଁ ହୋଇ ଯାଇଛି ତୁମର ଭରି ବାର ଅଛି କେବଳ ତୁମ କଥା।

କାହିଁକି କେଜାଣି ମୋତେ ଲାଗୁଛି ଏମିତି ମନେ ପକାଉଛ ରାତି ରାତି

ଲେଖୁଛି କବିତା ସାଜି ତୁମ କବି ଏମିତି ହୃଦୟ ମିସିଥାଉ ସତେକି ଜୀବନ ଯାଉ ବିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children