ତୁମକୁ ପାଇ
ତୁମକୁ ପାଇ
ଭାବୁଥିଲି ଦିନେ ଯାହାର କଥା
ସେଇ ମୋର ପ୍ରେମିକା ତୁମେ
ଦେଖିନି କି ଜାଣିନି ତୁମକୁ
ତଥାପି ଖୋଜୁଥିଲି ମନେ ମନେ ।
ଖୋଜୁ ଖୋଜୁ ସତେ
ପାଇଗଲି ସାଥି ତୁମକୁ ଆଜି
ଆସିବ ଦିନେ ତୁମେ ମୋ ଘରକୁ
ନୂଆ ବୋହୂ ଟିଏ ସାଜି ।
ହାତରେ କଲମ ଧରି ଦେଖେ
ତୁମ ପାଇଁ ପ୍ରେମ କବିତା
ଭାବିବନି କେବେ ଅଜଣା ମୋତେ
ମୁଁ ତୁମ ରାଜା ତୁମେ ମୋର ରାଣୀ
ଯୁଗେ ଯୁଗେ ଲେଖା ହେବ ଏ କଥା ।
ନିଶ୍ୱାସ ଯେତେ ଦିନ ଥିବ
ତୁମକୁ ଭଲ ପାଉଥିବି
କଥା ଦେଇଛି ସାତ ଜନମକୁ
ରହିବି ସାଥି ହୋଇ ତୁମ ଛବି ।
ଯେତେ ଦୁଃଖ ଆସିଲେ
ଜୀବନେ ଡ଼ରିବା ନାହିଁ
ହସ ଖୁସିରେ ବିତେଇ ଦେବା
ଏ ଜୀବନକୁ ସବୁ ଦୁଃଖ ସହି ।
