STORYMIRROR

Tonish Rohidas

Children

3  

Tonish Rohidas

Children

କି ରଙ୍ଗ ଲାଗିଲା

କି ରଙ୍ଗ ଲାଗିଲା

1 min
276

ହୋଲିରେ ହୋଲି ଆସିଲା ହୋଲି 

ଦେଖ ସବୁ ଦିଶେ ଆଜି ରଙ୍ଗ ନାଲି ନାଲି

ଦୁଃଖ ସବୁ ଭୁଲି ଖେଲି ଦେବା ହୋଲି ଆସ

ସାଙ୍ଗ ସାଥି ହେବା ଲୋ ମେଳି।


ଫଗୁଣ ମାସର ବଉଳି ପବନ

ଦେହକୁ ଯାଏ ଲୋ ଛୁଇଁ

ସେ ପବନରେ ଆସ ଉଡ଼ିଯିବା

ଦୂର ଆକାଶକୁ ଛୁଇଁ।


ଖେଳୁ ଛନ୍ତି ଆଜି ଗୋପପୁର ବାଲି

କେତେ ଯେ ରଙ୍ଗରଙ୍ଗୋଲି

ରଙ୍ଗ ବରଷାରେ ରାଧା ଗୋରୀ

ଯାଉଛି ଭିଜି ଲୋ ନାଚନ୍ତି ସବୁ ଗୋପୀ ବାଲି।


କୁହୁ କୁହୁ କରି କୋଇଲି ସତେ

ମଧୁର ସୁରେ ଗୀତ ଯେ ଗାଉଛି

ରଙ୍ଗ ବରଷାରେ ସବୁ ଆଜି ଭିଜି ଯାଉଛି।


ହାତରେ ଧରି ରଙ୍ଗ ପିଚକାରୀ

ମାରିବା ପାଇଁ କେତେ ମଜା ସତେ

ହସ ହସ ମୁହଁ ଲାଗେ ଲାଗେ କେତେ ଖୁସି

ଲାଗିଲା ଆଜି ରଙ୍ଗ ମୋ ହାତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children