STORYMIRROR

Tonish Rohidas

Others Children

4  

Tonish Rohidas

Others Children

ସତ୍ୟ ଧର୍ମରେ

ସତ୍ୟ ଧର୍ମରେ

1 min
247


ଲେଖା ଅଛି କେତେ ପୁରାଣ ପୋଥି

ଯୁଗେ ଯୁଗେ ସେଇ ସତ୍ୟର କାହାଣୀ

ଏଇ ଜଗତେ କେତେ ଯେ ଜନମ ହୋଇଛନ୍ତି

ନରନାରୀ ସତ୍ୟ ଏହା ବାଣୀ।


ସତ୍ୟ ଯୁଗେ ନୃସିଂହ ତୃତୀୟା ରେ ରାମ

ଦ୍ୱାପରେ କୃଷ୍ଣ କଲିଯୁଗେ ଜଗନ୍ନାଥ

ଜଗତର ବନ୍ଧୁ ତୁମେ ଆହେ କୃପାସିନ୍ଧୁ

ଅନାଥର ନାଥ ଜଗନ୍ନାଥ।


ଆହେ ପ୍ରଭୁ ଜଗବନ୍ଧୁ ତୁମେ ମହାକାଳ

ବିପଦ ଆପଦେ ତୁମେ ହୁଅ ପରା ସାହା

ହୁଏ ଯେବେ ଜିବନ ବିକଳ।


ସତ୍ୟ ରକ୍ଷା ପାଇଁ ପ୍ରଭୁ ହେଲ ଯେ

କୃଷ୍ଣ ଅବତାର ଦ୍ୱାପର ଯୁଗରେ

ଚକ୍ର ଅଢୁଆଲେ ହେଲ ପ୍ରଭୁ ତୁମେ ଯେ

ସା

ରଥୀ ଅର୍ଜ୍ଜନ ରଥରେ।


ଗୋଟି ଗୋଟି କରି ପାପୀlଙ୍କୁ

କରିଲ ବିନାଶl

ଅହଙ୍କାରୀ ରାଜା ହେଲେ

ହୁଏ ତାର ଯେ ବିନାଶ ।


ଆହେ ପ୍ରଭୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

ଭବତୁମେ ଚକଆଖି

ତୁମ ଦର୍ଶନ କରି ଜୀବନ ମୋହର ପ୍ରଭୁ

ଯାଉ ହେ ତରି ଥରେ ତୁମକୁ ଦେଖି।


ତୁମେ ସତ୍ୟ ମୁହିଁ ପାପୀ ହେ

ମୋର କଲଗୋସେଇ

ମଣିଷ ଜୀବନ ସିନା ଦେଇ ଅଛ

ମୋତେ ହେ ସାଇ।


ତୁମେ ପ୍ରଭୁ ଦାରୁବ୍ରାମ୍ବ ତୁମେ ସତ୍ୟ ସାଇଁ

ମନ ମୋର ତୁମ ଠାରେ ଅଛି ସଦା ପ୍ରଭୁ

ଥରୁ ଟିଏ ଡୋରି ତୁମ ହେଉ ମୋ ପାଇଁ।


Rate this content
Log in