ସ୍ୱପ୍ନ ସହର
ସ୍ୱପ୍ନ ସହର


ଜନମ ହୋଇଛି ଗାଁ ମାଟିରେ
ପିଲା ବେଳୁ ବଢିଛି ସେଇ ଠାରେ
ବୟସର ଲମ୍ବା ରାସ୍ତାରେ ଯେବେ
ପାଦ ମୋର ଦେଉଛି ଦେଖା ହୁଏ
ଅନେକଙ୍କ ସାଥିରେ
ଚାଲି ଯାଏ ନୂଆ ବାଟ ଦେଇ
ସେଇ ମୋର ସପ୍ନ ସହରେ
ଅଜଣା ଅଚିହ୍ନା ଏଇ ଦୁନିଆ
ଲୋକଙ୍କ ମଧ୍ୟ୍ୟରେ ଭିନ୍ନ ଏକ ଦୁନିଆରେ
ହଜି ଯାଇଛି ସେଇ ପିଲା ଦିନ ମୋର
ଖୋଜିଲେ ଭି ପାଉନି ଆଉ ସେଇ
ମୋର ମିତ ସହଦାର
ଅଭୁଲା ସୃତି ହୋଇ ରହି ଯାଇଛି
ସତେ ମୋର ପିଲା ଦିନ
ଧୀରେ ଧୀରେ ସମୟ ଯାଏ ଢଳି
ଯେତେ ବୁଝେଇଲେ ବୁଝେ ନାହିଁ ଏ ମନ
ଦୁଃଖ ଆସେ ଯେତେ ହୋଇଛି
ମହା ସାଗର ଡରିନି ମୁଁ ଜୀବନରେ
ନୂଆ ପତ୍ର ହୁଏ ଯେମିତି ଗଛରେ
ମୋ ଜୀବନ ସେମିତି ଚାଲିଛି ବାଟରେ
ଗୁଣୁ ଗୁଣୁ ହୋଇ ଗୀତ ମୁଁ ଗାଉଛି
କେତେ କେତେ ରଙ୍ଗ ମଞ୍ଚରେ
କାହା ପାଇଁ ମୁଁ ବନ୍ଧୁ ଟିଏ
କାହା ପାଇଁ ଶତ୍ରୁ ଏଇ ସଞ୍ଚରେ
କେବେ କଣ୍ଟା ହୋଇ ପାଦରେ ଚୁମ୍ବନ ଦିଏ
କେବେ ଫୁଲ ହୋଇ ମନକୁ
ମିଠା ସୁଗନ୍ଧ ବାସନା ଦିଏ
ଏଇ ତ ଜୀବନର ସତ୍ୟ ସପ୍ନ
ଦେଖିବା ଅତି ସହଜ ହୁଏ
ରାତିର ସେଇ ସ୍ବପ୍ନକୁ ସତ କରିବାକୁ ଯାଇ
ସବୁ କିଛି ହାରି ବାକୁ ହୁଏ ।