STORYMIRROR

Tonish Rohidas

Children

3  

Tonish Rohidas

Children

ସ୍ୱପ୍ନ ସହର

ସ୍ୱପ୍ନ ସହର

1 min
179

ଜନମ ହୋଇଛି ଗାଁ ମାଟିରେ

ପିଲା ବେଳୁ ବଢିଛି ସେଇ ଠାରେ

ବୟସର ଲମ୍ବା ରାସ୍ତାରେ ଯେବେ

ପାଦ ମୋର ଦେଉଛି ଦେଖା ହୁଏ

ଅନେକଙ୍କ ସାଥିରେ

ଚାଲି ଯାଏ ନୂଆ ବାଟ ଦେଇ

ସେଇ ମୋର ସପ୍ନ ସହରେ

ଅଜଣା ଅଚିହ୍ନା ଏଇ ଦୁନିଆ

ଲୋକଙ୍କ ମଧ୍ୟ୍ୟରେ ଭିନ୍ନ ଏକ ଦୁନିଆରେ

ହଜି ଯାଇଛି ସେଇ ପିଲା ଦିନ ମୋର

ଖୋଜିଲେ ଭି ପାଉନି ଆଉ ସେଇ

ମୋର ମିତ ସହଦାର

ଅଭୁଲା ସୃତି ହୋଇ ରହି ଯାଇଛି

ସତେ ମୋର ପିଲା ଦିନ

ଧୀରେ ଧୀରେ ସମୟ ଯାଏ ଢଳି

ଯେତେ ବୁଝେଇଲେ ବୁଝେ ନାହିଁ ଏ ମନ

ଦୁଃଖ ଆସେ ଯେତେ ହୋଇଛି

ମହା ସାଗର ଡରିନି ମୁଁ ଜୀବନରେ

ନୂଆ ପତ୍ର ହୁଏ ଯେମିତି ଗଛରେ

ମୋ ଜୀବନ ସେମିତି ଚାଲିଛି ବାଟରେ

ଗୁଣୁ ଗୁଣୁ ହୋଇ ଗୀତ ମୁଁ ଗାଉଛି

କେତେ କେତେ ରଙ୍ଗ ମଞ୍ଚରେ

କାହା ପାଇଁ ମୁଁ ବନ୍ଧୁ ଟିଏ

କାହା ପାଇଁ ଶତ୍ରୁ ଏଇ ସଞ୍ଚରେ

କେବେ କଣ୍ଟା ହୋଇ ପାଦରେ ଚୁମ୍ବନ ଦିଏ

କେବେ ଫୁଲ ହୋଇ ମନକୁ

ମିଠା ସୁଗନ୍ଧ ବାସନା ଦିଏ

ଏଇ ତ ଜୀବନର ସତ୍ୟ ସପ୍ନ

ଦେଖିବା ଅତି ସହଜ ହୁଏ

ରାତିର ସେଇ ସ୍ବପ୍ନକୁ ସତ କରିବାକୁ ଯାଇ

ସବୁ କିଛି ହାରି ବାକୁ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children