ଶ୍ରେଷ୍ଠ ସୃଷ୍ଟି
ଶ୍ରେଷ୍ଠ ସୃଷ୍ଟି
ଅଭିଯୋଗ-ଅଭିମାନ-ଅଭିଳାଷ
ନାହିଁ ପ୍ରଭୁ ମୋର କିଛି
ଆହେ ମାୟାପତି ମୁକ୍ତି ଦିଅଖାଲି
ଦୁନିଆଁରେ ମାୟା ରଚି ।
ଲୋଡାନାହିଁ ପ୍ରଭୁ ତୁମ ଶ୍ରେଷ୍ଠ ସୃଷ୍ଟି
ମାନବ କୁହ ଯାହାକୁ
କ୍ଷଣେ କ୍ଷଣେ ଏଠି ବିଷ ବୃକ୍ଷ ସେହି
କଣ କହିବି ତୁମକୁ ।
ଆହେ ଅନ୍ତର୍ଯ୍ୟାମୀ ଜଗତରସ୍ୱାମୀ
କେତେ କର ତୁଚ୍ଛା ନାଟକ
ସବୁ ଜାଣିଶୁଣି ମାୟା ରଚି ଖାଲି
ବସିଛ ଯେ ହୋଇ ଦର୍ଶକ ।
କେଉଁ ଗୁଣ ଯୋଗୁଁ ମାନବ ଗୁଡ଼ାକ
ହୋଇଲେ ଶ୍ରେଷ୍ଠ ରଚନା
ବିଶ୍ୱ ପତି ହୋଇ ଆହେ ବିଶ୍ଵରୂପୀ
ସରିଲା କି ତୁମ କଳ୍ପନା
ସରିଲା କି ତୁମ କଳ୍ପନା ।

