Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Behera

Classics Inspirational Others

4  

Asish Behera

Classics Inspirational Others

ଅଭିନୟ

ଅଭିନୟ

1 min
345


କେତେ ରୂପ ନେଇ   ଆହେ ମହାବାହୁ 

    ଅଭିନୟ ଏଠି କରିବି

ଅଭିନୟ ଠାରୁ   ମୁକ୍ତ କର ପ୍ରଭୁ

    ତୁମ ଚରଣରେ ରହିବି ।


ଗୋଟିଏ ଚରିତ୍ର   କରିବାକୁ ଯାଇ

    ଅନ୍ୟକୁ କଷଣ ଦେଉଛି

ମିଛ ମାୟା ଏହି   ଚରିତ୍ର ମଧ୍ୟରେ

    ପ୍ରତି କ୍ଷଣେ କ୍ଷଣେ ମରୁଛି ।


ମରିବା ବଞ୍ଚିବା   ବଡ଼କଥା ନୁହେଁ

    ସବୁତ ତୁମରି ରଚନା

ରଚନା ମଧ୍ୟରେ   କଷଣ ଗୁଡାକ

    ତାହାବି ତୁମରି କଳ୍ପନା ।


ସୃଷ୍ଟିର କରତା   ଆହେ ମହାପ୍ରଭୁ

     ନିଶ୍ଚେ ଜାଣୁଛ ସବୁ ଦୁଃଖ

ମତେ ଦୁଃଖି ଦେଖି   ଆହେ ନରହରି

    ତୁମେ ପାଉଛକି ହେ ସୁଖ ।


ତୁମେ ଯଦି ପ୍ରଭୁ   ସୁଖ ପାଉଅଛ

    ଦୁଃଖ ଦିଅ ମତେ ଯାହା

ଦୁଃଖ ଦେଇ ପ୍ରଭୁ   ହାତ ଛାଡିବନି

    ପାଖେ ଥାଇ ହେବ ସାହା ।


ଯଦି ତୁମେ ପ୍ରଭୁ   ସାହା ହେବ ନାହିଁ 

    ସାରିଦିଅ ମୋ ଅଭିନୟ 

ଅଭିନୟ ମୋର   ସରିଗଲେ ପ୍ରଭୁ 

    ହେବି ଯେ ତୁମଠି ବିଲୟ

       ହେବି ଯେ ତୁମଠି ବିଲୟ ।


Rate this content
Log in

Similar oriya poem from Classics