STORYMIRROR

Asish Behera

Classics Inspirational Others

3  

Asish Behera

Classics Inspirational Others

ଦୀପାବଳୀ

ଦୀପାବଳୀ

1 min
129

ନକରାତ୍ମକ ଉର୍ଜା କୁ ଦୀପ କ୍ଷୂର୍ଣ୍ଣ କରେ

ସେଥିପାଇଁ ନାରୀମାନେ ଜଳାନ୍ତି ଯେ ଘରେ 


ବହୁକାଳୁ ଆସୁଅଛି ଏହି ଦୀପାବଳୀ

କିଏ ପୂଜାକରେ ମାଁଙ୍କୁ କିଏ ଦିଏ ବଳି


କିଏ ଦୀପ ଜାଲେ ଏଠି କାହାର ସ୍ମୁତି ରେ

ଅପେକ୍ଷାରେ ଥାଏ କିଏ ବୋମାକୁ ଯେ ଘରେ


ୟାକୁ ଛାଡି କଥା ପ୍ରଥା ଅଛି ବହୁକାଳୁ

ଯାହାପାଇଁ ଆମ୍ଭେମାନେ ଦୀପ କୁ ଯେ ଜାଳୁ


କଥାଅଛି ସତ୍ୟଯୁଗେ ସମୁଦ୍ର ମନ୍ଥନ

ସେହି ଠାରୁ ମହାଲକ୍ଷ୍ମୀ କଲେ ପଦାର୍ପଣ


ପଦାର୍ପଣ କରି ମାତା ସମୁଦ୍ର ଦୁଲଣୀ

ବରଣୀ ସେ ନାରାୟଣ ହେଲେ ନାରାୟଣୀ


କଥାଅଛି ଦ୍ୱାପରର ବଂଶୀଧାରୀ ଙ୍କର

ଏହି ଦିନ ମାରିଥିଲେ ନରକାଅସୁର


କଥାଅଛି ତ୍ରେତୟାର ରାମ ପ୍ରଭୁ ଙ୍କର

ଲଙ୍କାର ରାବଣ ମାରି ଫେରିଥିଲେ ଘର


ଅଯୋଧ୍ୟା ରେ ଏହି ଦିନ ସକଳ ପରଜା

ଉଲ୍ଲାସରେ ଦୀପ ଜାଳି କରିଥିଲେ ପୂଜା


କଥାଅଛି କଳିଯୁଗେ ମହାଲକ୍ଷ୍ମୀ ଙ୍କର

ଭ୍ରମଣ ସେ କରିବାକୁ ଆସନ୍ତି ଏ ପୁର


ଏହିପରି ଭିନ୍ନ ମତ ଭିନ୍ନ ଲୋକଙ୍କର

ବାସ୍ତବ କଥାବସ୍ତୁ ଠୁ ସଭିଏଁ ଯେ ଦୂର 


ପ୍ରକୃତି ର କଥାକୁ ଯେ ନଭାବନ୍ତି ନର

ବୋମା ନିଆଁ ଧୁଆଁ ଶବ୍ଦେ କରେ ଛାରଖାର


ଦୀପ ଜାଳି ମନାଅ ଯେ ଏହି ଦୀପାବଳୀ

ସୁଖ ଶାନ୍ତି ଓ ସମୃଦ୍ଧି ଦିଅନ୍ତୁ ମାଁ କାଳୀ


ପ୍ରକୃତି କୁ ରକ୍ଷା କର ଆହେ ଗୁଣିଜନ

ବୋମା ତ୍ୟାଗୀ ବଞ୍ଚାଅ ହେ ଏପର୍ଯ୍ୟାବରଣ


ପ୍ରକୃତି ପ୍ରଦୂଷଣ ର ଆମେ ହିଁ କାରଣ

ସେଥିପାଇଁ ବହୁ ଶୀଘ୍ର ଯିବ ଆମ ପ୍ରାଣ


ପ୍ରାଣ ଯିବା ପୂର୍ବରୁ ଯେ ହୁଅ ସଚେତନ

ସଭିଏଁ ଯେ ରକ୍ଷାକର ଏ ପର୍ଯ୍ୟାବରଣ 

  ସଭିଏଁ ଯେ ରକ୍ଷାକର ଏ ପର୍ଯ୍ୟାବରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics