Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

3  

Jagannath Barik

Romance

ହୁଅନ୍ତା ପ୍ରଣୟିନୀ

ହୁଅନ୍ତା ପ୍ରଣୟିନୀ

1 min
189


ପାଦରେ ଅଙ୍କା ସରୁ ଅଳତା ଚୁପି ଚୁପିକା ଚାଲି 

ପ୍ରେମ ଚକୋରି ମନ ମୟୂରୀ ମରମେ ମାରେ ଭାଳି 

ଚାରୁ ଲବଙ୍ଗଲତା

ରୁଣୁ ଝୁଣୁ ତା ନୂପୁର ତାନ ବଢ଼ାଏ ଅଧିରତା |


ହସରୁ ଝରେ ଗଜ ମୁକୁତା ଓଠରୁ ଝରେ ମହୁ

କଳକଣ୍ଠିନୀ ମଧୁଭାଷିନୀ କଥାରେ ହୃଦ ଦହୁ

କାନ୍ତି ତା ଦାଉ ଦାଉ

ରସାଣ ସୁନା ବର ବରନା କମଳ ନାଳ ବାହୁ |


ଖଞ୍ଜନ ଜିତା ଅଞ୍ଜନ ନେତ୍ରା ଭ୍ରୂଲତା ମାର ଧନୁ

ଚାଲିଲେ ଥରେ କେ ଦେହ ଧରେ ଲଭି ପୁରୁଷ ତନୁ

ଅଙ୍ଗୁଳି ଚମ୍ପା କଳି

ହରି କଟିନୀ ଗଜ ଗାମିନୀ ରମ୍ଭୋରୁ କାମଥଳି |


ନବ ଅଙ୍କୁର ଉରଜ ଧର କାମ କଳସ ଶୋଭା

ଇନ୍ଦୁ ବଦନା କୁନ୍ଦ ରଦନା ଜବା ଅଧର ଲୋଭା

ମଲ୍ଲୀ ଗଜରା ଗଭା

କାଳିନ୍ଦୀ ଜଳ ଜିଣି କୁନ୍ତଳ ନିତମ୍ବ ଚୁମ୍ବି ପ୍ରଭା |


ମେଘ ଅମ୍ବରୀ ସେ କୃଶୋଦରୀ ଯୁବା ନୟନ କାରା

ଶୋଭାକୁ ଡରି ସୁର ସୁନ୍ଦରୀ ପଳାଇଯିବା ସାରା

ନଖରୁ ଶିଖା ଯାଏ

ରୂପ ନଈରେ ଯୌବନ ବନ୍ୟା ଉତକୂଳ ହୋଇ ଧାଏଁ |


ରସା ସରସା ଏ ରସାଳସା ହୁଅନ୍ତା ପ୍ରଣୟିନୀ 

ସରଗ ଶଶୀ ପଡ଼ନ୍ତା ଖସି ସଙ୍ଗରେ କାଦମ୍ବିନୀ 

ଇନ୍ଦ୍ର ସମ୍ପଦ ଛାର

ପାଦରେ ମୁହିଁ ଦ୍ୟନ୍ତି ଏଡ଼ାଇ ବରୁଣ ରତ୍ନାଗାର |


ଅଭିସାରିକା ଏ ରୂପାମ୍ବିକା ପ୍ରେମ ସାଗରେ ଭାସି

ପ୍ରୀତି ନାବରେ ପରିରମ୍ଭରେ ସାଉଁଟି ସୁଖରାଶି

ମାତି ଦିବସ ନିଶି

ଜୀବନ ଧନ୍ୟ ହୁଅନ୍ତା ଗଣ୍ୟ ସୌଭାଗ୍ୟ ଯାନ୍ତା ଦିଶି |



Rate this content
Log in

Similar oriya poem from Romance