STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ମଞ୍ଜୁଆତି

ମଞ୍ଜୁଆତି

1 min
153

ମଞ୍ଜୁଆତି ତାର ଗାଢ଼ ହୁଏ ଯେତେ

ଆକାଶ ନାରଙ୍ଗୀ ଦିଶେ 

ଦିନ କହେ କେତେ ପ୍ରଣୟ କାହାଣୀ

ରାତି ନୂଆ ନୂଆ ବାସେ। 


ସେ ମଞ୍ଜୁଆତିରେ ଲେଖା ହୁଏ କେତେ

ସପନର ସଜ ଗୀତ 

ହସ୍ତରେଖା କହେ ଫୁଲର କାହାଣୀ

ପାଖେ ବସି ଶୁଣେ ମିତ। 


ଗାଢତା ବଖାଣେ ତା ହୃଦ ରୋମାଞ୍ଚ

ଆଶାର ନବ ଅଧ୍ୟାୟ 

ଜୀବନ ପାହାଚ ଟଳମଳ ହେଲେ

ହାତ ଦେଲେ ହୁଏ ଥୟ।


ସେଇ ରଙ୍ଗ ସାଜେ ଜୀବନ ବଗିଚା

ସୁବାସେ ଅଗଣା ଭରେ 

ଗୁଞ୍ଜରିତ ହୁଏ ମଧୁମୟ ଗୀତି

ଘର ଆନନ୍ଦରେ ପୁରେ। 


ପ୍ରିୟକୁ ଦିଏ ସେ ପ୍ରଣୟ ଇଙ୍ଗିତ

ସମ୍ମୋହନେ ଆଣେ ଟାଣି 

କାନେ ବାଜିଯାଏ ପ୍ରେମର ଶାୟରୀ

ବେଳ ହୁଏ ନାହିଁ ଜାଣି। 


ମଞ୍ଜୁଆତି ଦିନେ ଲିଭି ଯିବ କିନ୍ତୁ

ନ ଲିଭିବ ପ୍ରିତୀ ରଙ୍ଗ 

ଆକାଶର ରଙ୍ଗ ଦୁଇ ଘଡ଼ି ପାଇଁ

ଚିର ଦିନ ପ୍ରିୟ ସଙ୍ଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance