STORYMIRROR

arun sahoo

Romance Inspirational

3  

arun sahoo

Romance Inspirational

ତୁମେ ଓ ମୁଁ

ତୁମେ ଓ ମୁଁ

1 min
169

ତୁମେ ନୀଶିଥ ଅନ୍ଧାର ରାତି  

ମୁଁ ତୁମ ପାଖେ ଥିବା

ଅଚିନ୍ତା ନିଦ୍ରାରେ ମଳୟ

ତୁମେ ପୂଜା ପାଉଥିବା ମୂର୍ତ୍ତି  

ମୁଁ ଖାଲି 

ଶୀତେଇ କାକରବିନ୍ଦୁର

ଅପାସୋରା କଜଳ ଗାରଟି ।।।।


ତୁମେ ସ୍ମିତହାସ୍ୟ ମୃଦୁ ମଳୟ 

ମୁଁ ଯେ 

ଅମାବାସ୍ୟା ଅନ୍ଧାରର 

ଅମାନିଆ ଜୁଆର ଢେଉଟେ

ତୁମେ ସିନା ଚଇତାଳି 

ବସନ୍ତ ମଳୟ  

ମୁଁ ଫୁଟିଥିବା ମଲ୍ଲି ହେନା 

ମାଳତିର ବାସ୍ନା ।।।।

ତୁମେ ସାଗର ମୁଁ

ଅମାନିଆ ନଈ

ମୁଁ ଖାଲି ଦେହ ହେଲେ

ତୁମେ ମୋର ଛାଇ

ମୁଁ ସିନା ଅଭିମାନିନୀଟେ

ହେଲେ ତୁମେ କୁହ 

ଆମ ଏ ସମ୍ପର୍କ 

ଏ ସମୟେ କେଇ ମୁହୂର୍ତ୍ତର ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance