STORYMIRROR

RUNALAILA MOHANTA

Romance Others

3  

RUNALAILA MOHANTA

Romance Others

ମନର ମଣିଷ

ମନର ମଣିଷ

1 min
218


  ମନର ମଣିଷ ତୁମେ ଗୋ ପ୍ରିୟ ମୋର

  ରହିଛ ରହିବ ହୃଦୟରେ କରି ରାଜ

  ତୁମେ ପ୍ରେମ ତୁମେ ପୂଜା

  ତୁମେ ହିଁ ତ ଭକ୍ତି ମୋର

   ଜୀବନର ଅଙ୍କାବଙ୍କା ରାସ୍ତାରେ

   ତୁମେ ହିଁ ତ ସାଥୀ ମୋର

   ମୋ ହୃଦୟକୁ ଭେଦି ପାରିଛି ଯିଏ

   ତୁମେ ହିଁ ତ ସେହି ରାଜକୁମାର

   ନିଦ ନଥାଇ ଆଖିରେ ମୋର

   ଭରି ଦେଇଛ ମିଠାମିଠା କେତେ ସପନ

   ହୃଦୟ ସିଂହାସନରେ ବସି

   କରୁଛ କେତେ ଯେ ଛଳ

   ମୋ ମନର ମଣିଷ ତମେ

   ମୋ ଆଖିର କଜ୍ଜଳ ତମେ

   ଯିବ ନାହିଁ ଦୂରକୁ କେବେ

   କଥା ଦିଅ ପ୍ରିୟ ମୋର

   ତୁମ ଭାବନାରେ ବିତେ ପୁରା ଦିନଟି ମୋର

   ତୁମ ସ୍ୱପ୍ନରେ ପାହେ ସାରା ରାତି ମୋର

   ତୁମ ଚିନ୍ତାରେ ଥାଏ କି ସଞ୍ଜ କି ସକାଳ

   ତୁମ ମଙ୍ଗଳ ପାଇଁ ଦୀପ ଜାଳେ

   ପ୍ରଭୁଙ୍କ ପାଶେ ମୋର

   ସାତ ଜନମ ପାଇଁ ଏକାଠି ହେବା

   ଏହି କାମନା ମୋର ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance